ବିଶ୍ୱ ଏଡ୍ସ ଦିବସରେ ରଙ୍ଗୋଲି ମାଧ୍ୟମରେ ସଚେତନ କଲେ ଯୁବ ଚିତ୍ରକର ତୁଷାର

ପ୍ରତିଭା କେବେ ଲୁଚି ରହେନା । ଦିନେ ନା ଦିନେ ଲୋକଲୋଚନକୁ ଆସେ, ଏବଂ ପ୍ରଶଂସିତ ହୁଏ । ଏମିତି ଏକ ପ୍ରତିଭା ଯିବ ଏବେ ସମସ୍ତଙ୍କ ପାଖରେ ଆଲୋଚନାର ପାତ୍ର ପାଲଟିଛନ୍ତି । ସେ ହେଉଛନ୍ତି ବାଲେଶ୍ୱର ଜାମୁଝାଡି ଅଂଚଳର ଯୁବ ଚିତ୍ରକର ତୁଷାର ରଞ୍ଜନ ବାରିକ । 

ସୋର(କେନ୍ୟୁଜ): ପ୍ରତିଭା କେବେ ଲୁଚି ରହେନା । ଦିନେ ନା ଦିନେ ଲୋକଲୋଚନକୁ ଆସେ, ଏବଂ ପ୍ରଶଂସିତ ହୁଏ । ଏମିତି ଏକ ପ୍ରତିଭା ଯିବ ଏବେ ସମସ୍ତଙ୍କ ପାଖରେ ଆଲୋଚନାର ପାତ୍ର ପାଲଟିଛନ୍ତି । ସେ ହେଉଛନ୍ତି ବାଲେଶ୍ୱର ଜାମୁଝାଡି ଅଂଚଳର ଯୁବ ଚିତ୍ରକର ତୁଷାର ରଞ୍ଜନ ବାରିକ ।
ବିଶ୍ୱ ଏଡ୍ସ ଦିବସକୁ ରଙ୍ଗୋଲି ମାଧ୍ୟମରେ ବେଶ ସଚେତନ କରିଛନ୍ତି ତୁଷାର। ବାପା ତାଙ୍କର ସିମୁଳିଆ ବ୍ଳକ କ୍ଷୀରିକୋଣୀ ଗ୍ରାମର ମାନସ ରଞ୍ଜନ ବାରିକ । ଯିଏ ମଙ୍ଗରାଜପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଛନ୍ତି। ତୁଷାର ରଞ୍ଜନ ବହୁ ସମୟ ରେ ନିଜର କଲା ପ୍ରତିଭା ମାଧ୍ୟମରେ ସମାଜ କୁ ସଚେତନ କରି ଆସୁଛନ୍ତି । ଆଜି ନିଜ ବାସଭବନ ରେ ଏକ ବିରାଟ ରଙ୍ଗାଳି ଦ୍ଵାରା ଚିତ୍ର ଆଙ୍କି ବେଶ ଅଂଚଳବାସୀଙ୍କ ପାଇଁ ପ୍ରଶଂସାର ପାତ୍ର ପାଲଟିଛନ୍ତି । ବିଶ୍ୱଏଡସ ଦିବସରେ ଗ୍ରାମବାସୀଙ୍କୁ ଚିତ୍ର ମାଧ୍ୟମରେ ବୁଝାଇଛନ୍ତି । ଏହି ଭଳି ଉଦ୍ୟମ ପାଇଁ ବୁଦ୍ଧିଜୀବୀ ପ୍ରଶଂସା କରିଛନ୍ତି ।
family
ଏପଟେ ତାଙ୍କର ଏଭଳି ବିଭିନ୍ନ ଚିତ୍ର ପାଇଁ ତତ୍କାଳୀନ ରାଜ୍ୟପାଳ  ଗଣେଶୀ ଲାଲ,ସିମୁଳିଆ ବିଧାୟକ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଦ୍ୱାରା ମଧ୍ୟ ପ୍ରଂଶସିତ ହୋଇଛନ୍ତି ତୁଷାର।  କରୋନା ସମୟରେ ଘରେ  ରହି ନିଜେ ଚିତ୍ର ଆଙ୍କୁଥିବା ତୁଷାର ବିନା ଗୁରୁରେ ବିଭିନ୍ନ ଠାକୁର ଓ ମହାପୁରୁଷଙ୍କ ଚିତ୍ର ଆଙ୍କିବା ସମସ୍ତଙ୍କ ପାଇଁ ଆର୍ଦଶ ପାଲଟିଛନ୍ତି । ଵିଭିନ୍ନ ଦିବସ ସହିତ ସଚେତନତା ଚିତ୍ର ସମାଜ ପାଇଁ ଵେଶ ଶିକ୍ଷଣୀୟ ହୋଇପାରିଛି । ପୁରୀରେ ବିପିଏଡ ଶିକ୍ଷା ଗ୍ରହଣ କରୁଥିବା ତୁଷାର ଆଗମୀ ଦିନରେ ସେ ଜଣେ ଭଲ ଚିତ୍ରକର ହେବାର ଲକ୍ଷ୍ୟ ରଖିଛନ୍ତି ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.