Below header

ହାତ ଗୋଡ଼ ବାନ୍ଧି ଶିକ୍ଷକ ପିତା ଝିଅକୁ କରୁଥିଲା ଦୁଷ୍କର୍ମ, ମା’ କରୁଥିଲେ ସହାୟତା, ଉଭୟଙ୍କୁ ଗିରଫ କଲା ପୋଲିସ୍‌

ମୁରେନା : ଜଣେ ଶିକ୍ଷକ ପିତା ନିଜର ଝିଅକୁ ଦୁଷ୍କର୍ମ କରିବା ଓ ଏଥିରେ ନିଜର ମା’ ସହାୟତା କରିବା ଅଭିଯୋଗରେ ପୋଲିସ୍‌ ଉଭୟ ମାତା ପିତାଙ୍କୁ ଗିରଫ କରିଛି । ଏଭଳି ଲଜ୍ଜାଜନକ ଘଟଣା ଘଟିଛି ମଧ୍ୟପ୍ରଦେଶର ମୁରେନା ଜିଲ୍ଲାରେ ।
ମୁରେନା ଜିଲ୍ଲା ପୋରସାରେ ରହୁଥିବା ଏହି ଶିକ୍ଷକ ନିଜର ଝିଅକୁ ଦୁଇ ଦୁଇ ଥର ଦୁଷ୍କର୍ମ କରିଛି । ଦୁଷ୍କର୍ମ କରିବା ପୂର୍ବରୁ ଝିଅର ହାତ ଗୋଡ଼କୁ ବାନ୍ଧି ଦିଆଯାଇ ଥାଏ ।

ପିତା ବାରମ୍ବାର ଦୁଷ୍କର୍ମ କରିଥିବା ବିଷୟରେ ନିଜର ବିଭା ହେଲା ବଡ଼ ଭଉଣୀକୁ କହିବା ପରେ ଚାଇଲ୍ଡ ଲାଇନ୍‌ ମାଧ୍ୟମରେ ଅଭିଯୋଗ କରାଯାଇଥିଲା । ଏଭଳି ଲଜ୍ଜାଜନକ ଘଟଣାରେ ମାତା-ପିତା ଉଭୟଙ୍କୁ ପୋଲିସ୍‌ ଗିରଫ କରି ପଚରା ଉଚରା କରୁଛି ।

ଉଭୟଙ୍କ ମେଡ଼ିକାଲ ଟେଷ୍ଟ କରାଯାଇଛି । ଏହି ଘଟଣା ବାହାରେ ପ୍ରଘଟ ନହେବା ପାଇଁ ଝିଅକୁ ଘରେ ବନ୍ଦୀ କରି ରଖା ଯାଉଥିଲା । ସବୁଠୁ ବଡ଼ ଦୁର୍ଭାଗ୍ୟ ଯେ ଯେଉଁ ମା’ ସନ୍ତାନକୁ ସୁରକ୍ଷା ଦେବା କଥା ସେହି ମା’ ଦୁଷ୍କର୍ମରେ ପିତାକୁ କରୁଥିଲା ସହାୟତା ।

ଖାଲି ସେତିକି ନୁହେଁ ପିତା ପୂର୍ବରୁ ପୀଡ଼ିତାର ଦୁଇ ବଡ଼ ଭଉଣୀଙ୍କୁ ମଧ୍ୟ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ପୁଲିସ ସମସ୍ତଙ୍କର ଡାକ୍ତରୀ ମାଇନା କରିଥିବା ବେଳେ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ନାପାଳ ପ୍ରକାଶ କରିଛନ୍ତି । ଅଭିଯୁକ୍ତ ଶିକ୍ଷକକୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.