ଲକ୍ ଡାଉନ୍ ଯୋଗୁଁ ଆସିପାରିଲେ ନାହିଁ ସ୍ବାମୀ କିମ୍ବା ପୁଅ, ଶେଷରେ ଅଲିଅଳି ଝିଅର ମୁଖାଗ୍ନି ଦେଲା ମା

ବିହାର: ଏହି କରୋନା ସଙ୍କଟ ଏକ ମାକୁ ଆଜୀବନ ଦୁଃଖ ଦେଇଯାଇଛି | ଏକମାତ୍ର ଅଲିଅଳି ଝିଅକୁ ହରାଇଛି ମା । ଲକ୍ ଡାଉନ୍ ଯୋଗୁଁ ରୋଗରେ ଘରେ ପଡି ପଡି ମୃତ୍ୟୁ ବରଣ କରିଛି ଝିଅ । ସବୁଠୁ ଦୁଃଖର କଥା ଏଭଳି ସମୟରେ ନା ବାପା ନା ଭାଇ, କେହିବି ନଥିଲେ ପାଖରେ । ଶେଷରେ ମା ସାମାଜିକ ପରମ୍ପରାକୁ ଭାଙ୍ଗି ଝିଅର ଶବଦାହ କରିଛି । ଏଭଳି ହୃଦୟସ୍ପର୍ଶୀ ଘଟଣା ଘଟିଛି ବିହାରର କାଇମୁର ଜିଲ୍ଲା ରାମଗଡ ପୋଲିସ ଷ୍ଟେସନ ଅଞ୍ଚଳର ଟିଆରା ଗ୍ରାମରେ।

ମିଳିଥିବା ସୂଚନା ଅନୁଯାୟୀ, ଟିଆରା ଗାଁର ଜିଲୁ ସିଂ କୁଶୱା ଗତ କିଛି ବର୍ଷ ଧରି ରାଜସ୍ଥାନର ଯୋଧପୁରରେ କାର୍ଯ୍ୟ କରିଆସୁଥିଲେ। ତାଙ୍କର ଦୁଇ ପୁଅ ନୀରଜ ଏବଂ ପ୍ରଦ୍ୟୁମାନ ମଧ୍ୟ ବାହାରେ ରୁହନ୍ତି। ତାଙ୍କ ପତ୍ନୀ ଜୋଖାନି ଦେବୀ ତାଙ୍କ ୧୩ ବର୍ଷର ଝିଅ ଗୀତା କୁମାରୀଙ୍କ ସହ ଗାଁରେ ରହୁଥିଲେ।

ତେବେ ମାର୍ଚ୍ଚ ୨୪ତାରିଖରେ ଜିଲୁ ସିଂ ଘରକୁ ଆସିବାକୁ ବାହାରିଥିଲେ, କିନ୍ତୁ କରୋନା ଲକ୍ ଡାଉନ୍ ଯୋଗୁଁ ସେ ଆଉ ଆସିପାରିଲେ ନାହିଁ | ଏପଟେ ଗାଁରେ କିଛି ମାସ ଧରି ଝିଅ ଗୀତା ଅସୁସ୍ଥ ଥିଲେ। ମଙ୍ଗଳବାର ଦିନ ହଠାତ୍ ଗୀତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଯାଇଥିଲା। ଫଳରେ ମାଆ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ। ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.