ପାଦରେ ଏସବୁ ରେଖା ଥିବା ବ୍ୟକ୍ତି ଭବିଷ୍ୟତରେ ହୋଇଥା’ନ୍ତି କୋଟିପତି

ହାତ ରେଖା ଆମ ବିଷୟରେ ଅନେକ କଥା କହିଥାଏ। କୁହାଯାଏ ଯେ ଆମ ହାତ ରେଖାରେ ଅତୀତ ଓ ଭବିଷ୍ୟତର କେତେକ କଥା ଲୁଚି ରହିଥାଏ। ତେବେ କେବଳ ହାତ ନୁହେଁ ପାଦ ରେଖା ମଧ୍ୟ ଆମ ଭବିଷ୍ୟତ ବିଷୟରେ ଅନେକ କଥା କହିଥାଏ। ସମୁଦ୍ର ଶାସ୍ତ୍ରରେ ପାଦ ତଳ ରେଖା ସହ ଭବିଷ୍ୟତର ସମ୍ପର୍କ ସମ୍ବନ୍ଧରେ କୁହାଯାଇଛି। ଆପଣ ନିଜେ ମଧ୍ୟ ପାଦ ରେଖା ଦେଖି ଜାଣିପାରିବେ ଭବିଷ୍ୟତରେ କ’ଣ ଅଛି…

ପ୍ରେମ ବିବାହ: ଯଦି ପାଦର ତର୍ଜନୀ ଆଙ୍ଗୁଳିରେ ଏକ ସିଧା ରେଖା ରହିଛି ତେବେ ବିବାହ ଶୀଘ୍ର ହେବ ଓ ଜୀବନସାଥୀଙ୍କ ଠାରୁ ଅଧିକ ପ୍ରେମ ମଧ୍ୟ ମିଳିବ।

feet

ସାପ କିମ୍ବା ମୂଷା ଥିବା ପାଦ: ଯେଉଁ ମହିଳାଙ୍କ ପାଦରେ ସାପ କିମ୍ବା ମୂଷା ଆକାରର ରେଖା ରହିଥାଏ ସେମାନଙ୍କ ଜୀବନ କଷ୍ଟଦାୟକ ହୋଇଥାଏ। ଏଥିସହ ଅଧିକାଂଶ ସମୟ ସେମାନଙ୍କର ଧନ ହାନି ମଧ୍ୟ ହୁଏ।

ମିଳେ ଧନ ସମ୍ପତ୍ତି: ଯଦି ପାଦ ମଝିରୁ ଏକ ରେଖା ମଝି ଆଙ୍ଗୁଠି ପର୍ଯ୍ୟନ୍ତ ଯାଉଥିବ ତେବେ ବ୍ୟକ୍ତିଙ୍କୁ ଜୀବନରେ ସବୁ ସୁଖ ମିଳିଥାଏ। କେବଳ ଧନ ସମ୍ପତ୍ତି ନୁହେଁ ସନ୍ତାନ ସୁଖ ମଧ୍ୟ ରହିଛି।

ଚକ୍ର ଚିହ୍ନ ଥିଲେ: ପାଦର ଡାହାଣ ପଟେ ଚକ୍ର ଥିଲେ ବ୍ୟକ୍ତି ରାଜସୁଖ ପ୍ରାପ୍ତ କରିଥାନ୍ତି।

feet5

 

ଶଙ୍ଖ କିମ୍ବା ମାଛ ଥିଲେ: ପାଦରେ ଶଙ୍ଖ, ଚକ୍ର, ମାଛ ଚିହ୍ନ ଥିଲେ ବ୍ୟକ୍ତି ମନ୍ତ୍ରୀ ପଦ ଓ ଅଚଳାଚଳ ସମ୍ପତ୍ତି ପ୍ରାପ୍ତ କରିଥାନ୍ତି।

ସ୍ୱସ୍ତିକ: ଯେଉଁ ବ୍ୟକ୍ତିଙ୍କ ପାଦରେ ଧ୍ୱଜ, ଛତ୍ର, ଚକ୍ର, ସ୍ୱସ୍ତିକ, ପଦ୍ମ ଆଦି ଚିହ୍ନ ରହିଥାଏ, ସେ ସମ୍ରାଟ ହୋଇଥାନ୍ତି।

feet4

ହୁଅନ୍ତି ପ୍ରଧାନମନ୍ତ୍ରୀ: ଯଦି ପାଦରେ ହାତୀ, ଘୋଡ଼ା, ପର୍ବତ, ସ୍ତମ୍ଭ, କୁଣ୍ଡଳ, ରଥ ଭଳି ଚିହ୍ନ ରହିଥାଏ ତେବେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ହେବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.