ବକ୍ସିଂ ରିଙ୍ଗରେ ବିରୋଧୀର କାନ କାମୁଡ଼ି ଛିଣ୍ଡାଇ ଦେଇଥିଲେ ଏହି ହେଭିୱେଟ ବକ୍ସର, ଏବେ 15 ବର୍ଷ ପରେ ପୁଣି ଫେରୁଛନ୍ତି ମୈଦାନକୁ

ବକ୍ସିଂ ଦୁନିଆର ବେତାଜ ବାଦଶାହ କୁହାଯାଉଥିବା ହେଭିୱେଟ ବକ୍ସର ମାଇକ ଟାଏସନ ପୁଣିଥରେ ବକ୍ସିଂ ରିଙ୍ଗକୁ ଫେରୁଛନ୍ତି। ଟାଏସନ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରି ଏ ନେଇ ସୂଚନା ଦେଇଛନ୍ତି। ଏହାସହିତ ନିଜର ସେହି ନିଆରା କଳା ଦେଖାଇଛନ୍ତି, ଯେଉଁଥିପାଇଁ ସେ ପ୍ରସିଦ୍ଧ ଅଛନ୍ତି।

ଭିଡ଼ିଓରେ ସେ ବକ୍ସିଂକୁ ଆକ୍ରମଣାତ୍ମକ ଷ୍ଟାଇଲରେ ଅଭ୍ୟାସ କରୁଥିବାର ନଜର ଆସୁଛନ୍ତି। ଏପରିକି, ଭିଡ଼ିଓ ଶେଷରେ ‘ମୁଁ ଫେରୁଛି’ କହୁଥିବାର ବି ଦେଖାଯାଉଛି। ତାଙ୍କର ଏହି କଥାରୁ ସେ ପୁଣି ମଇଦାନକୁ ଓହ୍ଲାଉଥିବା ଜଣାପଡୁଛି। ସୂଚନାଥାଉ କି, ଟାଏସନ ଚ୍ୟାରିଟି ମ୍ୟାଚ ଖେଳିବା ପାଇଁ ରିଙ୍ଗକୁ ଫେରୁଛନ୍ତି। ସେ 2005ରେ ନିଜର ଶେଷ ମ୍ୟାଚ ଖେଳିଥିଲେ।

 

View this post on Instagram

 

I’m a Bad Boy for Life. Watch #BadBoysforLife now on DVD Blueray @willsmith @martinlawrence #stillthebaddestmanontheplanet

A post shared by Mike Tyson (@miketyson) on

ଟାଏସନ ଚ୍ୟାରିଟି ମ୍ୟାଚ ଖେଳି ଏଥିରୁ ଉପାର୍ଜିତ ପଇସାରେ ଗରିବଙ୍କୁ ସାହାଯ୍ୟ କରିବେ। ଯେଉଁମାନଙ୍କ ପାଖରେ ଘର ଖଣ୍ଡିଏ ତିଆରି କରିବାକୁ ସାଧନ ନାହିଁ, ସେମାନଙ୍କୁ ସେ ସାହାଯ୍ୟର ହାତ ବଢାଇବେ।

କହି ରଖୁଛୁ, 1997ରେ MGM Grand Garden Arenaରେ ହୋଇଥିବା ହେଭିୱେଟ ମୁକାବିଲାରେ ଟାଏସନ ନିଜ ବିରୋଧୀ ବକ୍ସର ଇଭାଣ୍ଡର ହୋଲିଫିଲଡଙ୍କ କାନ ଛିଣ୍ଡାଇ ଦେଇଥିଲେ। ପରେ ମ୍ୟାଚ ରେଫରି ମ୍ୟାଚକୁ ରୋକି ହୋଲିଫିଲଡଙ୍କୁ ବିଜେତା ଘୋଷଣା କରିଥିଲେ। ଏହି ଘଟଣା ପରେ ଟାଏସନଙ୍କ ଉପରେ 3 ମିଲିୟନ ଡଲାରର ଜରିମାନା ଲାଗିଥିଲା। ଏହାସହିତ 1 ବର୍ଷ ପାଇଁ ତାଙ୍କ ବକ୍ସିଂ ଲାଇସେନ୍ସକୁ ରଦ୍ଦ କରି ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.