ଯାଜପୁର କିମ୍ଭିରିଆପାଳ ପଞ୍ଚାୟତକୁ ୨୪ଘଣ୍ଟା ପାଇଁ ସଟଡାଉନ ଘୋଷଣା କଲେ ସରପଞ୍ଚ

ଯାଜପୁର : ଯାଜପୁରରୁ ଆଜି ୧୭ ନୂଆ ଆକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୮୮ରେ ପହଞ୍ଚିଛି । ଏଥିରେ ବରୀ ବ୍ଲକ କିମ୍ଭିରିଆପାଳ ପଞ୍ଚାୟତରୁ ୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ କୋଲକତା ଫେରନ୍ତା ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଦୁହେଁ ସରକାରୀ ସଂଗରୋଧରେ ରହିଥିଲେ।

ଚିହ୍ନଟ ପରେ କିମ୍ଭିରିଆପାଳ ପଞ୍ଚାୟତକୁ ସଟ୍‌ ଡାଉନ ଘୋଷଣା କରିଛନ୍ତି ସ୍ଥାନୀୟ ସରପଞ୍ଚ । ଆଜି ଦିନ ୧୨ଟା ଠାରୁ ଆସନ୍ତାକାଲି ଦିନ ୧୨ଟା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଏହି ସମୟରେ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ବଜାର ଖୋଲି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଏପଟେ ଅଗ୍ନିଶମ ବିଭାଗ ପକ୍ଷରୁ ପଞ୍ଚାୟତକୁ ବିଶୋଧନିକରଣ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.