ଏଭଳି ଲୋକଙ୍କ ସହ ଆଦୌ ରଖନ୍ତୁନି ଶାରୀରିକ ସମ୍ପର୍କ, ପଛରେ ପସ୍ତାଇପାରନ୍ତି

ଉଭୟ ପୁରୁଷ ଓ ମହିଳାଙ୍କ ଏକ ଆବଶ୍ୟକତା ହେଉଛି ଶାରୀରିକ ସମ୍ପର୍କ। ପ୍ରେମ ସମ୍ପର୍କରେ ଏହା ଏକ ସାଧାରଣ କଥା। କିନ୍ତୁ ଆପଣ କିଭଳି ଲୋକ ସହ ସମ୍ପର୍କ ରଖୁଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ମହିଳାମାନେ ଆତ୍ମନିର୍ଭରଶୀଳ ହୋଇଗଲେଣି। ଏବେ ସେମାନେ ନିଜେ ହିଁ ନିଜ ନିଷ୍ପତ୍ତି ନେଉଛନ୍ତି। କିନ୍ତୁ ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ଇମୋସନାଲ ହୋଇଥାନ୍ତି। ଏଣୁ ସେମାନେ ପ୍ରେମରେ ପଡ଼ିଲେ କିଛି ନ ଭାବି ନ ଚିନ୍ତି ପ୍ରେମିକଙ୍କ କଥାରେ ଭାସିଯାଇଥାନ୍ତି। ଯାହାକି ପରେ ସମସ୍ୟା ସୃଷ୍ଟି କରେ। ତେବେ ଆସନ୍ତୁ ଜାଣିବା କେଉଁ ଭଳି ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଉଚିତ ନୁହେଁ…

sex

ନିଜ ବିଷୟରେ ସୂଚନା ଦେଉନଥିବା ବ୍ୟକ୍ତି:

ଯେଉଁ ବ୍ୟକ୍ତି ନିଜ ବିଷୟରେ ଠିକ୍‌ କଥା କହିନଥାଏ, ସବୁବେଳେ ମିଛ କହିଥାଏ ସେଭଳି ଲୋକଙ୍କ ସହ କେବେ ବି ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ। ଏମାନେ ଭରସାଯୋଗ୍ୟ ହୋଇନଥା’ନ୍ତି।

କେବଳ ନିଜ ଆବଶ୍ୟକତାକୁ ପୂରଣ କରୁଥିବା:

ଯେଉଁ ପୁରୁଷ କେବଳ ନିଜ ଆବଶ୍ୟକତାକୁ ଦୃଷ୍ଟି ଦେଇଥାଏ ସେମାନେ କାମନାକୁ ଚରିତାର୍ଥ କରିବା ପାଇଁ ହିଁ ସମ୍ପର୍କ ରଖିଥାନ୍ତି। ଏମାନେ କେବଳ ଝିଅଙ୍କୁ ବ୍ୟବହାର କରିଥାନ୍ତି। ଏଭଳି ଲୋକଙ୍କର ଗାର୍ଲଫ୍ରେଣ୍ଡ ପ୍ରତି କୌଣସି ଭାବନା ନଥାଏ।

sex2

ନା ଶୁଣିବାକୁ ପସନ୍ଦ କରୁନଥିବା:

କୌଣସି ପୁରୁଷ ନିଜ ପାର୍ଟନରଙ୍କ ଠାରୁ ନା ଶୁଣିବାକୁ ପସନ୍ଦ କରିନଥାନ୍ତି। କିନ୍ତୁ ଯଦି ବ୍ୟକ୍ତି ଆକ୍ରମଣାତ୍ମକ ବ୍ୟବହାର କରି ଜବରଦସ୍ତି ସମ୍ପର୍କ ରଖିବାକୁ ଚାହେଁ ତେବେ ସତର୍କ ରହିବା ଆବଶ୍ୟକ। ଏଭଳି ବ୍ୟକ୍ତି କେବଳ ସେକ୍ସ ଚାହିଁଥାନ୍ତି, ଫିଲିଂସ ବୁଝିନଥାନ୍ତି।

ଯାହାକୁ କେବଳ ସେକ୍ସ ଦରକାର:

କିଛି ଲୋକ କେବଳ ଶାରୀରିକ ସମ୍ପର୍କ ପାଇଁ ରହିଥାନ୍ତି। ଏମାନେ ଆପଣଙ୍କ ସମସ୍ତ ଆବଶ୍ୟକତା ମଧ୍ୟ ପୂରଣ କରିଥାନ୍ତି। କିନ୍ତୁ ଥରେ ସମ୍ପର୍କ ରଖିବା ପରେ ଏମାନଙ୍କର ସବୁ ପ୍ରେମ ସରିଯାଇଥାଏ। ଏମାନେ କେବଳ ଫାଇଦା ଉଠାଇଥାନ୍ତି।

sex3

ଅନ୍ୟମାନଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିବା ବ୍ୟକ୍ତି:

ଯଦି ଆପଣ ସନ୍ଦେହ କରୁଛନ୍ତି ଯେ ଆପଣଙ୍କ ପାର୍ଟନର ଆଉ କାହା ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ତେବେ ତୁରନ୍ତ ତାଙ୍କ ସହ ସମ୍ପର୍କ କାଟିଦିଅନ୍ତୁ। ଏଭଳି ଲୋକ ବିଶ୍ୱାସ ଯୋଗ୍ୟ ହୋଇନଥା’ନ୍ତି।

ଯିଏ କେବଳ ନିଜ ସନ୍ତୁଷ୍ଟି କଥା ଚିନ୍ତା କରେ:

ଶାରୀରିକ ସମ୍ବନ୍ଧ ବେଳେ ପାର୍ଟନର ଉଭୟେ ଉଭୟଙ୍କ ସନ୍ତୁଷ୍ଟିକୁ ନଜର ରଖିବା ଉଚିତ। କିନ୍ତୁ ଯଦି ଆପଣଙ୍କ ପାର୍ଟନର ଏଭଳି ଚିନ୍ତା ନ କରି କେବଳ ନିଜ କଥା ଭାବୁଛନ୍ତି ତେବେ ଆପଣଙ୍କୁ ଏବେ ଏହି ସମ୍ପର୍କ ବିଷୟରେ ଚିନ୍ତା କରିବା ଜରୁରୀ। ଏଭଳି ସ୍ୱଭାବର ଲୋକଠୁ ଯେତେ ପାରୁଛନ୍ତି ସେତେ ଦୂରତା ଅବଲମ୍ବନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.