ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନଙ୍କ ଇସ୍ତଫା, ବିଜେପି ତରଫରୁ ଲଢିପାରନ୍ତି ନିର୍ବାଚନ !

୬୨ ବର୍ଷୀୟ ତାମିଲସାଇ ସୁନ୍ଦରରାଜନ ନଭେମ୍ବର ୨୦୧୯ରେ ତାଙ୍କୁ ତେଲେଙ୍ଗାନା ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା । ୨୦୨୧ ଫେବୃଆରୀରେ ତାଙ୍କୁ ପୁଡୁଚେରୀ ଉପରାଜ୍ୟପାଳନ ଭାବେ ଦାୟିତ୍ୱ ଦିଆଯାଇଥିଲା । ରାଜନୀତିରେ ପୁଣି ପ୍ରବେଶ କରିବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି ।

ତେଲଙ୍ଗାନା ରାଜ୍ୟପାଳ ତାମିଲସାଇ ସୁନ୍ଦରରାଜନ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କ ପାଖରେ ପୁଡୁଚେରୀ ଉପରାଜ୍ୟପାଳ ଅତିରିକ୍ତ ଦାୟିତ୍ୱ ବି ରହିଛି । ରାଜନୀତିରେ ପୁଣି ପ୍ରବେଶ କରିବା ପାଇଁ ସେ ନିଜ ପଦରୁ ଇସ୍ତଫା ଦେଇଥିବା କୁହାଯାଉଛି । ତାମିଲସାଇ ସୁନ୍ଦରରାଜନ ବିଜେପି ଟିକେଟରୁ ତାମିଲନାଡୁରେ ନିର୍ବାଚନ ଲଢିପାରନ୍ତି । ସୁନ୍ଦରରାଜନ ୨୦୧୯ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ମୁଖ୍ୟ ଥିଲେ ।

୬୨ ବର୍ଷୀୟ ତାମିଲସାଇ ସୁନ୍ଦରରାଜନ ନଭେମ୍ବର ୨୦୧୯ରେ ତାଙ୍କୁ ତେଲେଙ୍ଗାନା ରାଜ୍ୟପାଳ ଭାବରେ ନିଯୁକ୍ତ କରାଯାଇଥିଲା । ୨୦୨୧ ଫେବୃଆରୀରେ ତାଙ୍କୁ ପୁଡୁଚେରୀ ଉପରାଜ୍ୟପାଳନ ଭାବେ ଦାୟିତ୍ୱ ଦିଆଯାଇଥିଲା । କିରଣ ବେଦୀଙ୍କୁ ହଟାଯିବା ପରେ ତାଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ତେବେ ଲୋକସଭା ନିର୍ବାଚନ ୨୦୨୪ରେ ସେ ତାମିଲନାଡୁରୁ ଲଢିବାର ସମ୍ଭାବନା ରହିଛି ।

ସୁନ୍ଦରରାଜନ ସୋମବାର ସକାଳେ ରାଷ୍ଟ୍ରପତିଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କୁ ତାମିଲନାଡୁର ୩ଟି ଲୋକସଭା କ୍ଷେତ୍ରରୁ କୌଣସି ଏକ ସ୍ଥାନରୁ ନିର୍ବାଚନ ଲଢିବା ପାଇଁ ଟିକେଟ ଦିଆଯିବ ବୋଲି ଚର୍ଚ୍ଚା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.