ଅଭିନବ ଉପାୟରେ ଆନ୍ଦୋଳନ: ରାସ୍ତା ସାରା ଆଣ୍ଠେଇ ଆଣ୍ଠେଇ, ମୁଣ୍ଡିଆ ମାରି ଜିଲ୍ଲାପାଙ୍କ କାର୍ଯ୍ୟାଳୟରେ ପହଁଚିଲେ

ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲିବା ଦାବିରେ ଏଭଳି ଅଭିନବ ପ୍ରୟାସରେ ଆନ୍ଦୋଳନ କରାଯାଇଛି । ଜଗତସିଂହପୁର ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଆନ୍ଦୋଳନକାରୀ ମାନେ ଏଭଳି ଆଣ୍ଠେଇ ଆଣ୍ଠେଇ ,ପେଟେଇ,ମୁଣ୍ଡିଆମାରି,ନମସ୍କାର କରି, ବିଜୁପଟ୍ଟନାୟକ ଛକ ଠାରୁ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି ।

ଜଗତସିଂହପୁର(କେନ୍ୟୁଜ):  ଆଣ୍ଠେଇ ଆଣ୍ଠେଇ , ମୁଣ୍ଡିଆ ମାରି ମାରି, ସାଷ୍ଟାଙ୍ଗ ପ୍ରଣିପାତ କରି କରି ଏମାନେ ଏମିତି କୁଆଡେ ଯାଉଛନ୍ତି । ବୋଧହୁଏ ଏମାନେ କୌଣସି ମନ୍ଦିରରେ ମାନସିକ ରଖିଥିଲେ । ଆଉ ସେହି ମାନସିକ ପୂରଣ ହେବା ପରେ ଏଭଳି ଆଣ୍ଠେଇ ଆଣ୍ଠେଇ ସାଷ୍ଟାଙ୍ଗ ପ୍ରଣିପାତ କରି ମନ୍ଦିରକୁ ଯାଉଛନ୍ତି । ହେଲେ କିଛି ଲୋକ ବି ଏମାନଙ୍କ ପାଖରେ ଏକ ବଡ ବ୍ୟାନରଟିଏ ଧରି ଚାଲି ଚାଲି ଆସୁଛନ୍ତି ।

ତେବେ ଆମେ ଯେଉଁ ମାନସିକ କଥା ଭାବୁଥିଲେ କହିବାକୁ ଗଲେ ଘଟଣା ସେୟା ନୁହେଁ । ସତ କଥାଟା ହେଲା କି, ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲିବା ଦାବିରେ ଏଭଳି ଅଭିନବ ପ୍ରୟାସରେ ଆନ୍ଦୋଳନ କରାଯାଇଛି । ଜଗତସିଂହପୁର ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନ ପକ୍ଷରୁ ଆନ୍ଦୋଳନକାରୀ ମାନେ ଏଭଳି ଆଣ୍ଠେଇ ଆଣ୍ଠେଇ ,ପେଟେଇ,ମୁଣ୍ଡିଆମାରି,ନମସ୍କାର କରି, ବିଜୁପଟ୍ଟନାୟକ ଛକ ଠାରୁ ଜିଲ୍ଲାପାଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ଅଭିନବ ଉପାୟରେ ଆନ୍ଦୋଳନ କରିଛନ୍ତି ।

ଦୀର୍ଘ ବର୍ଷ ହେବ ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ଖୋଲିବା ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଦାବି ପୂରଣ ହୋଇପାରିନାହିଁ । ଅନ୍ୟ ଜ଼ିଲ୍ଲାରେ ସୁବିଧା ନଥାଇ ମେଡିକାଲ କଲେଜ ହୋଇଥିବା ବେଳେ ଜଗତସିଂହପୁରରେ କାହିଁକି ନହେବ ଏଭଳି କିଛି କହିବା ସହ ଏହାର ପ୍ରତିବାଦରେ ଆଇନଜୀବୀ ବାସୁଦେବଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ ସୁରକ୍ଷା ଅଭିଯାନର କର୍ମକର୍ତା, ସ୍ଥାନୀୟ ଜନସାଧାରଣମାନେ ଆନ୍ଦୋଳନ କରିଛନ୍ତି ।

ତେବେ ଏଭଳି ଆଣ୍ଠେଇ ଆଣ୍ଠେଇ , ମୁଣ୍ଡିଆ ମାରି ମାରି ଜ଼ିଲ୍ଲାର ସମସ୍ତ ବିଧାୟକ , ସାଂସଦ, ଜନ ପ୍ରତିନିଧି ମାଙ୍କ ଉଦ୍ଦେଶ୍ୟରେ ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତେଣୁ ଯେ ପର୍ଯ୍ୟନ୍ତ ଜଗତସିଂହପୁର ଜିଲ୍ଲାରେ ମେଡ଼ିକାଲ କଲେଜ ନଖୋଲିଛି ସେ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନ କାରୀ ମାନେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.