Below header

ପ୍ୟାରିସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୧୦ରୁ ଊର୍ଦ୍ଧ୍ୱ ମୃତ

ପ୍ୟାରିସ୍‌ : ପ୍ୟାରିସ୍‌ର ଦକ୍ଷିଣ-ପଶ୍ଚିମ ଅଞ୍ଚଳରେ ଏକ ପୁରାତନ ଆପାର୍ଟମେଣ୍ଟରେ ନିଆଁ ଲାଗି ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ୩୦ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଆହତଙ୍କ ଭିତରେ କିଛି ଅଗ୍ନିଶମ କର୍ମଚାରୀ ମଧ୍ୟ ରହିଛନ୍ତି । ତେବେ ଅଗ୍ନିଶମ ବାହିନୀର ତତ୍ପରତା ଯୋଗୁଁ ଶହ ଶହ ଲୋକଙ୍କ ଜୀବନ ବଞ୍ଚି ଯାଇଛି । ରାତି ଅଧ ପରେ କୋଠାରେ ନିଆଁ ଲାଗି ଯାଇଥିଲା । କେହି ଜଣେ ଜାଣିଶୁଣି ନିଆଁ ଲଗାଇଥିବା ପୋଲିସ୍‌ ସନ୍ଦେହ କରୁଛି । ଏହି ଅଭିଯୋଗରେ ଜଣେ ମହିଳାକୁ ଅଟକ ରଖି ପୋଲିସ୍‌ ପଚରା ଉଚରା କରୁଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.