ଦୁଲୁକୁଛି ଭୁବନେଶ୍ୱର ଗାନ୍ଧୀ ମାର୍ଗ, ବିଭିନ୍ନ ଦାବି ନେଇ ବିକ୍ଷୋଭ ଓ ଧାରଣାରେ ବିଭିନ୍ନ ସଙ୍ଗଠନ

ଭୁବନେଶ୍ବର : ଆମର ଦାବୀ, ନାଯ୍ୟ ଦାବୀ. . . ସରକାର ତମେ ମାନି ନିଅ । ଏଭଳି ନାରାବାଜିରେ କମ୍ପୁଛିି ବିଧାନସଭା ସମ୍ମୁଖ ଗାନ୍ଧୀମାର୍ଗ । ପାଚିକା ସଙ୍ଘ ଠାରୁ ରାଜ୍ୟ ରୋଷେୟା ଓ ସେବାୟତ ସଙ୍ଘ, କୃଷକ ଠାରୁ ଆରମ୍ଭ କରି ଗ୍ରାମରକ୍ଷୀ ପର୍ଯ୍ୟନ୍ତ, ସମସ୍ତେ ଗାନ୍ଧୀମାର୍ଗରେ ବିକ୍ଷୋଭ ଓ ଧାରଣାରେ ବସିଛନ୍ତି । ନିର୍ବାଚନ ବର୍ଷରେ ଶେଷ ଅଧିବେଶନ ଥିବାରୁ ଲୋୟର ପିଏମଜିରେ ଏବେ ବହୁ ସଙ୍ଗଠନ ଧାରଣା ଦେଇଛନ୍ତି ।

ସମାନ କାମକୁ ସମାନ ଦରମା ଦାବି କରି ମାଷ୍ଟରକ୍ୟାଣ୍ଟିନ ଠାରୁ ବିଧାନସଭା ସମ୍ମୁଖ ପର୍ଯ୍ୟନ୍ତ ବିକ୍ଷୋଭ କରିଥିଲେ ରାଜ୍ୟ ଆୟୁଷ ଡାକ୍ତର ସଙ୍ଘ । ୬ଦଫା ଦାବୀକୁ ନେଇ ଦିର୍ଘଦିନ ହେବ ସଙ୍ଘ ପକ୍ଷରୁ ଧାରଣା ଓ ବିକ୍ଷୋଭ କରାଯାଉଛି । ସେହିଭଳି ଓଡିଶା ସେବା ନିବୃତ୍ତ କର୍ମଚାରୀ ଓ ଶିକ୍ଷକ ବିକାଶ ମଞ୍ଚ ପକ୍ଷରୁ ଗଣ ଧାରଣା ଦିଆଯାଇଛି ।

ବିଭିନ୍ନ ସଙ୍ଗଠନର ବିକ୍ଷୋଭ କୁ ଆଖି ଆଗରେ ରଖି ଲୋୟର ପିଏମଜିରେ କମିଶନରେଟ ପୋଲିସ ପକ୍ଷରୁ ୮ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.