ଲଙ୍କାରେ ଲଙ୍କାକାଣ୍ଡରେ ୮ ମୃତ, ୩୦୦ ଆହତ: ରାଷ୍ଟ୍ରପତି ଗୋଟାବୟାଙ୍କ ସମେତ ୪୧ ନେତାଙ୍କ ଘର ପୋଡି

ଶ୍ରୀଲଙ୍କା: ଶ୍ରୀଲଙ୍କାରେ ଗୃହଯୁଦ୍ଧ। କଲମ୍ବୋରେ ଭୟଙ୍କର ହିଂସାକାଣ୍ଡ। ସୋମବାର ପ୍ରଧାନମନ୍ତ୍ରୀ ମହିନ୍ଦର ରାଜପକ୍ଷେ ବିରୋଧୀଙ୍କ ଚାପ ଯୋଗୁ ଇସ୍ତଫା ଦେଇଥିଲେ। କିନ୍ତୁ ତାଙ୍କ ବିରୋଧରେ ଉଠିଥିବା ଜନ ଅସନ୍ତୋଷ ଥମିନଥିଲା। ପରିସ୍ଥିତିର ଗୁରୁତ୍ୱକୁ ଦେଖି ଜନ ଆକ୍ରୋଶରୁ ବର୍ତ୍ତିବା ଲାଗି ସେ ଓ ତାଙ୍କ ପରିବାର ସଦସ୍ୟ ପୂର୍ବ ଶ୍ରୀଲଙ୍କାର ତ୍ରିଙ୍କୋମାଲି ନାଭାଲ ବେସ୍‌ରେ ଲୁଚିଛନ୍ତି। ସେମାନଙ୍କୁ ଏକ ହେଲିକପ୍ଟର ଜରିଆରେ ସେଠାକୁ ନିଆଯାଇଛି।

ଘଟଣା ସମ୍ପର୍କରେ ଜଣାପଡିବା ପରେ ନାଭାଲ ବେସ୍‌ ବାହାରେ ପ୍ରଦର୍ଶନକାରୀମାନେ ଏକାଠି ହୋଇଛନ୍ତି। ସେମାନେ ମହିନ୍ଦାଙ୍କୁ ବାହାରକୁ ବାହାର କରିବା ଲାଗି ଦାବି କରିଛନ୍ତି। ସେପଟେ ସରକାରୀ ସମର୍ଥକ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ହୋଇଥିବା ହିଂସା ୮ ଜଣଙ୍କ ଜୀବନ ନେଇଛି । ଏଥିରେ ପ୍ରାୟ ୨୦୦ ଗୁରୁତର ଆହତ ହୋଇଛନ୍ତି । ବର୍ତ୍ତମାନର ସ୍ଥିତିକୁ ଦେଖି ଶ୍ରୀଲଙ୍କା ସରକାର ସେନା ଓ ପୋଲିସକୁ ଏମର୍ଜେନ୍ସି ପାୱାର ପ୍ରଦାନ କରିଛି ।

ଯାହାଦ୍ୱାରା ବିନା ୱାରେଣ୍ଟରେ ପ୍ରଦର୍ଶନକାରୀଙ୍କୁ ନିଜ କବ୍‌ଜାକୁ ନେବାକୁ ଅନୁମତି ମିଳିଯାଇଛି । ଶ୍ରୀଲଙ୍କାରେ ଆର୍ଥିକ ସଂକଟ ପରେ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ଷେଙ୍କ ଇସ୍ତଫା ଦାବି କରିଆସୁଛନ୍ତି ସରକାର ବିରୋଧୀ ପ୍ରଦର୍ଶନକାରୀ । ଅନେକ ସାଂସଦଙ୍କ ଗାଡ଼ି ଓ ଘରକୁ ଜାଳି ଦେଇଛନ୍ତି ଆନ୍ଦୋଳନକାରୀ । କିଛି ଦିନ ହେବ ଅର୍ଥ ସଂକଟରେ ପଡ଼ିଛି ଶ୍ରୀଲଙ୍କା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.