ଟ୍ଵିଟରକୁ ଫେରିବେ ଡୋନାଲ୍ଡ ଟ୍ରମ୍ପ, ଘୋଷଣା କଲେ ନୂଆ ମାଲିକ ଏଲନ୍‌ ମସ୍କ

ଶେଷରେ ଟ୍ଵିଟରକୁ ପୁଣିଥରେ ଫେରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ଵିଟରର ନୂଆ ମାଲିକ ଏଲନ୍‌ ମସ୍କ ଏ ନେଇ ଘୋଷଣା କରିଛନ୍ତି। ମସ୍କ ଘୋଷଣା କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଟ୍ଵିଟର ବ୍ୟାନ୍‌ ହଟାଇଛି। ଏଲନ୍‌ ମସ୍କ ଆହୁରି ମଧ୍ୟ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପଙ୍କୁ ଟ୍ଵିଟରରେ ବ୍ୟାନ୍‌ କରିବା ନିଷ୍ପତ୍ତି ନୈତିକତା ଦୃଷ୍ଟିରୁ ଏକ ଭୁଲ ନିଷ୍ପତ୍ତି ଥିଲା। ଏଣୁ ଏବେ ପୁଣି ଥରେ ଟ୍ରମ୍ପ ଟ୍ଵିଟରକୁ ଫେରିବେ ବୋଲି ଏଲନ୍‌ ମସ୍କ ସ୍ପଷ୍ଟ କରିଛନ୍ତି।

ମଙ୍ଗଳବାର ଦିନ ଟେସ୍‌ଲାର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଏଲନ୍‌ ମସ୍କ ଫାଇନାନ୍ସିଆଲ ଟାଇମ୍‌ସ ଫ୍ୟୁଚର ଅଫ୍‌ ଦ କାର କନ୍‌ଫରେନ୍ସକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, ସେ ପୂର୍ବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରୁ ଟ୍ଵିଟର ପ୍ରତିବନ୍ଧକକୁ ହଟାଇବେ। ତେବେ ଏ ନେଇ ପୂର୍ବରୁ ହିଁ ଅନୁମାନ କରାଯାଉଥିଲା। ଏଲନ୍‌ ମସ୍କ ଟ୍ଵିଟର କିଣିବା ପରଠାରୁ କୁହାଯାଉଥିଲା ଯେ ସେ ଟ୍ରମ୍ପଙ୍କ ଉପରୁ ପ୍ରତିବନ୍ଧକ ହଟାଇବେ। ଏବେ ଦାୟିତ୍ବ ନେବା ପରେ ଏହି ଅନୁମାନକୁ ସେ ସତ ପ୍ରମାଣିତ କରିଛନ୍ତି।

ଆମେରିକାର ପୂର୍ବ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ପୂର୍ବରୁ ଯେତେବେଳେ ଟ୍ଵିଟର ବ୍ୟାନ୍‌ କରିଥିଲା ସେତେବେଳେ ଏଲନ୍‌ ମସ୍କ କହିଥିଲେ ଯେ ସେ ଏହି ପ୍ଲାଟଫର୍ମକୁ ସୁଧାରିବାକୁ ଚାହୁଁଛନ୍ତି। ସେ ନିଜକୁ ଫ୍ରି ସ୍ପିଚ୍‌ର ଜଣେ ବଡ଼ ସମର୍ଥକ ବୋଲି କହିଥିଲେ। ସେ ଟ୍ଵିଟର କିଣିବା ପରଠାରୁ ଅନୁମାନ କରାଯାଉଥିଲା ଯେ ଡୋନାଲ୍ହ ଟ୍ରମ୍ପ ଟ୍ଵିଟରକୁ ଫେରିବା ସମ୍ଭାବନା ଅଛି।

କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ, ସେ ଆଉ ଟ୍ଵିଟରକୁ ଫେରିବେ ନାହିଁ। ଏକ ଇଣ୍ଟରଭ୍ୟୁରେ ଟ୍ରମ୍ପ କହିଥିଲେ, ମୁଁ ମୋ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍‌ରେ ହିଁ ରହିବି। ଏ ଅବସରରେ ସେ ଟ୍ରମ୍ପଙ୍କ ପ୍ରଶଂସା କରି କହିଥିଲେ, ଆଶା କରୁଛି ସେ ଟ୍ଵିଟରରେ ସୁଧାର କରିବେ।

ତେବେ ଟ୍ରମ୍ପ୍‌ଙ୍କ ଟ୍ଵିଟରକୁ ଫେରିବା ନେଇ ଏବେ ସୋସିଆଲ ମିଡିଆରେ ଅନେକ ମଜାଳିଆ ମିମ୍‌ସ ଭାଇରାଲ ହେଉଛି। ଲୋକମାନେ ନିଆରା ଅନ୍ଦାଜରେ ମିମ୍‌ସ ସେୟାର କରି ଟ୍ରମ୍ପଙ୍କୁ ସ୍ୱାଗତ କରୁଛନ୍ତି।

Also Read: କମିଲା ପେଟ୍ରୋଲ ଓ ଡିଜେଲ, ଜାଣନ୍ତୁ ଆଜି ଆପଣଙ୍କ ସହରରେ କେତେ ଅଛି ଦାମ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.