Below header

ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଆତଙ୍କବାଦୀ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି ଆତଙ୍କବାଦୀ । ଏହାକୁ ନଜରରେ ରଖି ବଡ଼ ଅପରେସନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି କାଉଣ୍ଟର ଟେରୋରିଷ୍ଟ ଗ୍ରୀଡର ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ସୂଚନା ଅନୁସାରେ ଆତଙ୍କବାଦୀ ଆକ୍ରମଣ ନେଇ ସୁରକ୍ଷା ଏଜେନ୍ସି ପାଖରେ ପ୍ରମାଣ ରହିଛି । ପାକିସ୍ତାନ ଆତଙ୍କବାଦୀ ସମୁଦାୟ ପକ୍ଷରୁ ଜମ୍ମୁ-କାଶ୍ମୀରରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ଯୋଜନା କରୁଥିବା ଜଣାପଡ଼ିଛି । ଏଥିପାଇଁ କାଶ୍ମୀର ଘାଟିରେ ଅର୍ଦ୍ଧସାମରିକ ବାହିନୀର ୧୦୦ କମ୍ପାନୀ ମୁତୟନ କରାଯାଇଛି । ଶୁକ୍ରବାର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବୟାନ ଅନୁସାରେ ଘାଟିରେ ସିଆରପିଏଫ୍ର ୫୦, ବିଏସ୍ଏଫ୍ର ୧୦, ଏସ୍ଏସ୍ବିର ୩୦ ଓ ଆଇଟିବିପିର ୧୦ କମ୍ପାନ ମୁତୟନ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.