ପ୍ରଥମଥର ପାଇଁ ରଣବୀରଙ୍କୁ ନେଇ କ’ଣ କହିଲେ ବାପା ଋଷି କପୁର

ପୁଅ ରଣବୀରଙ୍କୁ ନେଇ ପ୍ରଥମ ଥର ପାଇଁ ବାପା ଋଷି କପୁର ମୁହଁ ଖୋଲିଛନ୍ତି। ଚିକିତ୍ସାର ଦୀର୍ଘ ୯ ମାସ ପରେ ଋଷି ନିଜର ମନକଥା କହିଛନ୍ତି। ଋଷି କହିଛନ୍ତି, ଯେତେବେଳେ ରଣବୀର ମୋ କ୍ୟାନସର ବିଷୟରେ ଜାଣିଥିଲେ ଦିଲ୍ଲୀ ଆସି ଜବରଦସ୍ତ ପ୍ଲେନରେ ବସାଇ ଚିକିତ୍ସା ପାଇଁ ନେଇଯାଇଥିଲେ। କିନ୍ତୁ ଏହା ପୂର୍ବରୁ ରଣବୀରଙ୍କ ପାଇଁ ମୁଁ ଲଗାତାର ସମସ୍ୟା କରି ଆସୁଥିଲି। ଏସବୁ ସତ୍ତ୍ୱେ ମଧ୍ୟ ସେ କେବେ ବି ମୋ ବିପକ୍ଷରେ ଯାଇନାହାନ୍ତି। ସବୁବେଳେ ମୋ ସପକ୍ଷରେ ରହିଛନ୍ତି।ranbir-rishi

ଋଷି ଏବଂ ରଣବୀର ଦୁହେଁ ବଲିଉଡର ରୋମାଣ୍ଟିକ ହିରୋ ଭାବେ ଜଣାଶୁଣା। ଗତବର୍ଷ ରଣବୀର କପୁର ନିଜ ପରିବାର ସହିତ ଡିନର କରିବାକୁ ଯାଇଥିଲେ। ଯାହାର ଫଟୋ ଖୁବ ଭାଇରାଲ ହୋଇଥିଲା। କିନ୍ତୁ ଏହି ସମୟରେ ଏପରି କିଛି ହୋଇଥିଲା, ଯାହା ପାଇଁ ଋଷି କପୁର ଲଜ୍ଜିତ ହୋଇଥିଲେ। ଉକ୍ତ ରେଷ୍ଟୁରାଣ୍ଟରେ ଋଷି କପୁର ନିଜର ପ୍ରଶଂସକଙ୍କ ସହିତ ଝଗଡା କରିଥିଲେ ଏବଂ ମାମଲା ବିଗିଡିଯିବା କାରଣରୁ ରଣବୀରଙ୍କୁ ହସ୍ତକ୍ଷେପ କରିବାକୁ ପଡିଥିଲା। କଥା କ’ଣ କି, ଜଣେ ମହିଳା ଫ୍ୟାନ ଯେତେବେଳେ କପୁର ପରିବାରକୁ ରେଷ୍ଟୁରାଣ୍ଟରେ ଦେଖି ତାଙ୍କ ନିକଟକୁ ଯାଇ ସେଲଫି ନେବା ପାଇଁ ଅନୁରୋଧ କରିଥିଲେ। ରଣବୀର ଏବଂ ନିତୁ ସେଲଫି ନେବାକୁ ପ୍ରସ୍ତୁତ ଥିବା ବେଳେ ଋଷି ସେଲଫି ନେବା ପାଇଁ ମନା କରିଦେଇଥିଲେ। କିନ୍ତୁ କିଛି ସମୟ ପରେ ଉକ୍ତ ମହିଳା ପୁଣି ଥରେ ସେଲଫି ନେବା ପାଇଁ ଯାଇଥିବା ବେଳେ ଋଷି କପୁର ପୁଣି ସିଧାସିଧା ମନା କରିଦେଇଥିଲେ। ଋଷିଙ୍କ ଏପରି ବ୍ୟବହାର ଦେଖି ଉକ୍ତ ମହିଳା ଜଣକ ‘କେତେ ଅଭଦ୍ର’ ବୋଲି କହିଥିଲେ। ବାସ୍‌ ଏତିକି ଶୁଣି ଋଷିଙ୍କ ରାଗ ବଢିଯାଇଥିଲା ଯେ, ରଣବୀରଙ୍କୁ ମଝିରେ ହସ୍ତକ୍ଷେପ କରିବାକୁ ପଡିଥିଲା ଏବଂ ବାପା ଋଷିକୁ ଶାନ୍ତ କରାଇଥିଲେ। ଏହାପରେ ରଣବୀର ଉକ୍ତ ମହିଳାକୁ କ୍ଷମା ମାଗିବା ସହ ଋଷିକୁ ନେଇ ଯାଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.