ଗଭୀର ରିପୋର୍ଟିଂ, ଲାଇଭ୍ ଦେବା ପାଇଁ ବଢି ପାଣିରେ ବେକ ଯାଏ ବୁଡିଲେ ପାକିସ୍ତାନୀ ରିପୋର୍ଟର

ସାମ୍ବାଦିକତାକୁ ନୂଆ ସ୍ତରକୁ ନେଇଗଲେ ପାକ୍ ରିପୋର୍ଟର । ବଢିପାଣିରେ ବେକ ଯାଏ ବୁଡି କଲେ ରିପୋର୍ଟିଂ । ରିପୋର୍ଟର ଜଣକ ହେଉଛନ୍ତି ଜି ଟିଭିର ଅଜଦର ହୁସୈନ । ନିଜର ଅଜବ କାରନାମା ପାଇଁ ସବୁବେଳେ ଚର୍ଚ୍ଚାରେ ପାକିସ୍ତାନୀ । ଏବେ ଏହି ପାକିସ୍ତାନୀ ରିପୋର୍ଟରଙ୍କ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଯିଏ ରିପୋର୍ଟିଂ କରିବା ପାଇଁ ବେକ ଯାଏ ପାଣି ଭିତରେ ପଶି ଯାଇଛନ୍ତି । ପଂଜାବ ସିନ୍ଧ ନଦୀରେ ଜଳସ୍ତର ବଢିବାକୁ ନେଇ ଅଜଦର ରିପୋର୍ଟିଂ କରୁଥିଲେ । ଏହି ଭିଡିଓ ଟିଭିରେ ପ୍ରସାରଣ ମଧ୍ୟ ହୋଇଛି ।

ତେବେ କିଛି ଲୋକ ଏହାକୁ ପ୍ରଶଂସା କରିବା ସହ କିଛି ଏହାକୁ ନେଇ ଟ୍ରୋଲ କରିବାରେ ଲାଗିଛନ୍ତି । ନିଜ ଜୀବନକୁ ବାଜି ଲଗାଇ ଏପରି ରିପୋର୍ଟିଂ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି କିଛି ୟୁଜର ।

 

Leave A Reply

Your email address will not be published.