କର୍ଣ୍ଣାଟକରେ ପୁଣି ଏକ ନୂଆ ନାଟକ, ମୋଟ୍ ୧୭ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ

କର୍ଣ୍ଣାଟକ (କେନ୍ୟୁଜ୍) : ପୁଣି ଏକ ନୂଆ ନାଟକ। ମୋଟ୍ ୧୭ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ । ଆଜି କଂଗ୍ରେସ ୧୧ ଓ ଜେଡିଏସ୍ ୩ ବିଧାୟକଙ୍କୁ ବାଚସ୍ପତି ଅଯୋଗ୍ୟ ଘୋଷଣା କରିଛନ୍ତି । ପୂର୍ବରୁ ତିନି ଜଣଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା । ଏମାନେ ଚଳିତ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା ଯାଏ ନିର୍ବାଚନ ଲଢିପାରିବେ ନାହିଁ । ଆସନ୍ତାକାଲି ଆସ୍ଥା ଭୋଟ୍ ଦେବେ ନୂଆ ମୁଖ୍ୟମନ୍ତ୍ରୀ ବି. ଏସ୍. ୟେଦିରୁପ୍ପା । ଏହା ପୂର୍ବରୁ ଆଜି ବାଚସ୍ପତି ରମେଶ କୁମାର ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଛନ୍ତି । ୧୭ ବିଧାୟକ ଅଯୋଗ୍ୟ ଘୋଷିତ ହେବା ପରେ ଏବେ କର୍ଣ୍ଣାଟକ ବିଧାନସଭାର ସଦସ୍ୟଙ୍କ ସଂଖ୍ୟା୨୦୭ ହୋଇଛି । ଏବେ ବହୁମତ ସଂଖ୍ୟା ୧୦୪ ହୋଇଛି । ବିଜେପି ପାଖରେ ୧୦୫ ବିଧାୟକଙ୍କ ସମର୍ଥନ ରହିଛି । ଗତ ଆସ୍ଥା ଭୋଟରେ କୁମାରସ୍ୱାମୀଙ୍କ ସପକ୍ଷରେ ୯୯ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୧୦୫ ଖଣ୍ଡ ଭୋଟ୍ ।

Leave A Reply

Your email address will not be published.