ରାଜୌରୀରେ ଜଣେ ଆତଙ୍କବାଦୀ ନିହତ, ଗତକାଲି ଆତଙ୍କୀ ହମଲାରେ ସହିଦ ହୋଇଥିଲେ ୫ ଯବାନ
ରାଜୌରୀରେ ଜଣେ ଆତଙ୍କୀ ନିହତ । ଜମ୍ମୁ କଶ୍ମୀରର ରାଜୌରୀ କଣ୍ଡି ଜଙ୍ଗଲରେ ସୁରକ୍ଷାବଳ କରୁଛନ୍ତି ସର୍ଚ୍ଚ ଅପରେସନ । ଆକାଶମାର୍ଗରୁ ହେଲିକପ୍ଟରରେ ଆତଙ୍କୀ ଆଡ୍ଡା ଚିହ୍ନଟ କରାଯାଉଛି । ସ୍ଥିତିର ସମୀକ୍ଷା ପାଇଁ ଜମ୍ମୁ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।
ରାଜୌରୀ ପରେ ବାରମୂଳାରେ ଜଣେ ଆତଙ୍କୀ ନିହତ । କଶ୍ମୀରରୁ ଆତଙ୍କୀଙ୍କୁ ନିପାତ ପାଇଁ ଚାଲିଛି ଜୋରଦାର ଅପରେସନ୍ । ଗତକାଲି ଆତଙ୍କବାଦୀ-ସୁରକ୍ଷାବଳ ଏନ୍କାଉଣ୍ଟରରେ ୫ ଯବାନ ସହିଦ ହେବା ପରେ ଚାଲିଛି ଅପରେସନ । କାଣ୍ଡି ଫରେଷ୍ଟରେ ସେନା ଚଳାଇଛି ଅପରେସନ ତ୍ରିନେତ୍ର । ଆତଙ୍କବାଦୀଙ୍କୁ ଖୋଜିଖୋଜି ମାରୁଛନ୍ତି ସୁରକ୍ଷାକର୍ମୀ । ବାରମୂଳାରେ ଜଣେ ଲସ୍କର-ଇ-ତୋଇବାର ଆତଙ୍କବାଦୀ ନିହତ ହୋଇଛନ୍ତି । ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ଆଶଙ୍କା ରହିଛି ।
ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି । ଆକାଶମାର୍ଗରୁ ହେଲିକପ୍ଟରରେ ଆତଙ୍କୀ ଆଡ୍ଡା ଚିହ୍ନଟ କରାଯାଉଛି । ସ୍ଥିତିର ସମୀକ୍ଷା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁ ଯିବେ । ଗତକାଲି ଉତ୍ତର କଶ୍ମୀରର ବାରମୂଲା ଅଂଚଳରେ ଆତଙ୍କବାଦୀମାନେ ସକ୍ରିୟ ଥିବା ଖବର ପାଇ ଆରମ୍ଭ ହୋଇଥିଲା ଅପରେସନ୍ ।
ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲାରେ ସୁରକ୍ଷାବଳ ଓ ଆତଙ୍କବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟିବାରୁ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ସେମାନଙ୍କ ଠାରୁ ଗୋଟିଏ ଏକେ ୪୭ ରାଇଫଲ, ଗୋଟିଏ ପିସ୍ତଲ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । କୁପୱାରାରେ ହୋଇଥିବା ଅପରେସନରେ ମଧ୍ୟ ଦୁଇ ଆତଙ୍କବାଦ ନିହତ ହୋଇଥିଲେ ।
#WATCH | Jammu and Kashmir LG Manoj Sinha pays tribute to five Army personnel who lost their lives in an explosion during an encounter with terrorists in Rajouri district yesterday pic.twitter.com/L6kOiA3zGK
— ANI (@ANI) May 6, 2023
ଏହି ଅଞ୍ଚଳରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି । ଏହି ଆକ୍ରମଣ ସମୟରେ ଏସସିଓ ବୈଠକ ପାଇଁ ପାକିସ୍ତାନ, ଚୀନ ସମତେ ଅନେକ ଦେଶର ବିଦେଶ ମନ୍ତ୍ରୀ ଭାରତରେ ଉପସ୍ଥିତ ରହିଥିଲେ । ତେବେ ପାକିସ୍ତାନ ଏପରି ଷଡଯନ୍ତ୍ର କରିପାରେ ବୋଲି ଅନୁମାନ କରାଯାଉଛି ।
ସେପଟେ ସହିଦ ଯବାନମାନଙ୍କୁ ଆଜି ଗାର୍ଡ଼ ଅଫ୍ ଅନର ଦିଆଯାଇଛି । ପରେ ସେମାନଙ୍କ ମରଶରୀରକୁ ନିଜ ଜନ୍ମ ମାଟିକୁ ପଠାଇ ଦିଆଯିବ ।