ଜନ୍ମର ୫ ଦିନ ପରେ ଶିଶୁକନ୍ୟାକୁ ଆସିଲା ପିରିୟଡ୍ସ! ସେହି ଅବସ୍ଥାରେ ହିଁ ଝିଅକୁ କାଖେଇ ଦୌଡ଼ି ଦୌଡ଼ି ହସ୍ପିଟାଲରେ ପହଞ୍ଚିଲା ମା’…

ଗୋଟିଏ ଝିଅ ଯେତେବେଳେ ଯୁବାବସ୍ଥାରେ ପାଦ ରଖେ, ତ ତା’ର ଶରୀରରେ ଅନେକ ପରିବର୍ତ୍ତନ ଦେଖାଯାଏ। ଶାରୀରିକ ରୂପେ ଆସୁଥିବା ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରୁ ପିରିୟଡ୍ସ ଅନ୍ୟତମ। ଯେତେବେଳେ ଝିଅମାନେ ଯୁବାବସ୍ଥାରେ ପଦାର୍ପଣ କରନ୍ତି, ପିରିୟଡ୍ସ ଆସିବାଟା ସ୍ୱାଭାବିକ। କିନ୍ତୁ ନିକଟରେ ଚୀନରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ଏଠାରେ ରହୁଥିବା ଜଣେ ମହିଳା ନିଜର ୫ ଦିନର ଶିଶୁକନ୍ୟାକୁ ନେଇ ତୁରନ୍ତ ହସ୍ପିଟାଲରେ ଆଡ୍ମିଟ କରାଇଥିଲେ। କାହିଁକିନା, ଝିଅଟି ମାତ୍ର ୫ ଦିନର ଥିଲା, ହେଲେ ହଠାତ୍ ତା’ର ପିରିୟଡ୍ସ ଆସି ଯାଇଥିଲା।
ମାମଲାଟି ୨୦୧୯ର। ଚୀନର ଜହେଜିଆଙ୍ଗ୍ ଅଞ୍ଚଳରେ ରହୁଥିବା ଜଣେ ମା’ ନିଜର ୫ ଦିନର ନବଜାତ ଶିଶୁକନ୍ୟାକୁ ଧରି ଡାକ୍ତରଖାନାରେ ପହଞ୍ଚିଥିଲା। କାହିଁକିନା, ଝିଅଟିକୁ ପିରିୟଡ୍ସ ଆସିବାକୁ ଲାଗିଥିଲା। ଜନ୍ମର ମାତ୍ର ପାଞ୍ଚ ଦିନ ପରେ ଝିଅର ରକ୍ତସ୍ରାବ ହେଉଥିବାର ଦେଖି ମହିଳା ଜଣକ ଭୟଭୀତ ହୋଇ ଯାଇଥିଲେ ଏବଂ ସେ ଦୌଡ଼ି ଦୌଡ଼ି ଡାକ୍ତରଖାନାରେ ପହଞ୍ଚିଥିଲେ। କିନ୍ତୁ ଡାକ୍ତରଖାନାର ଡାକ୍ତରମାନେ ଝିଅକୁ ଦେଖି ଏହା ଅତି ସାଧାରଣ କଥା ବୋଲି କହିଥିଲେ। ଡାକ୍ତରଙ୍କ କହିବା ଥିଲା, ଏଥିରେ ଭୟଭୀତ ହେବାର କିଛି କାରଣ ନାହିଁ।
ଯେତେବେଳେ ଡାକ୍ତରମାନେ ଶିଶୁକନ୍ୟାର ପିତାମାତାଙ୍କୁ କହିଥିଲେ ଯେ ଏହା ସ୍ୱାଭାବିକ, ତ ସେମାନେ ଥରକେ ବୁଝି ପାରି ନ ଥିଲେ। ପରେ ସବିଶେଷ ତଥ୍ୟରେ ଡାକ୍ତରମାନେ କହିଥିଲେ ଯେ ଏହାକୁ ‘Neonatal Menstruation’ କୁହାଯାଏ। ଚୀନର ହାଙ୍ଗଝୋଉସ୍ଥିତ ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡାକ୍ତର ୱାଙ୍ଗ ଏ ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ। ସେ କହିଥିଲେ କି, ବେଳେବେଳେ ଗର୍ଭଧାରଣର ଶେଷ ମାସରେ ଗର୍ଭସ୍ଥ ଶିଶୁ ଭିତରକୁ ଏଷ୍ଟ୍ରୋଜନ୍ ଚାଲି ଯାଇଥାଏ। ଏହି ଏଷ୍ଟ୍ରୋଜନ୍ ରକ୍ତ ଭଳି ଶିଶୁର ଯୋନୀରୁ ବାହାରକୁ ବାହାରିଥାଏ। ଏହା ପ୍ରାୟତଃ ଝିଅ ଭ୍ରୁଣ ସହିତ ହିଁ ହୋଇଥାଏ।
ଯେତେବେଳେ ଏହି ଏଷ୍ଟ୍ରୋଜନ୍ ବାହାରିଥାଏ, ତ ଲୋକମାନେ ଏହାକୁ ପିରିୟଡ୍ସ ବୋଲି ଭାବି ନିଅନ୍ତି ଏବଂ ଭୟଭୀତ ହୋଇ ଯାଆନ୍ତି। କିନ୍ତୁ ବାସ୍ତବରେ, ଏହା କେବଳ ଗୋଟିଏ ସପ୍ତାହ ପାଇଁ ହିଁ ହୋଇଥାଏ। ଯେତେବେଳେ ଏଷ୍ଟ୍ରୋଜନ୍ ପୂରାପୂରି ବାହାରି ଯାଏ, ସେତେବେଳେ ଶିଶୁର ରକ୍ତସ୍ରାବ ବନ୍ଦ ହୋଇଯାଏ। ତେଣୁ ଡାକ୍ତରଙ୍କ ଅନୁସାରେ, ଯଦି ଜନ୍ମ ପରେ ଝିଅମାନଙ୍କର ଯୋନୀରୁ ରକ୍ତ ଆସେ, ତ ଏହାକୁ ଦେଖିବା ପରେ ଭୟଭୀତ ହେବାର ଆବଶ୍ୟକ ନାହିଁ। ଏହା ସଂପୂର୍ଣ୍ଣ ସାଧାରଣ କଥା। ଅଧିକାଂଶ ପିତାମାତା ଏ ବିଷୟରେ ଅବଗତ ନ ଥାଆନ୍ତି। ତେଣୁ ଶିଶୁକନ୍ୟାର ଜନ୍ମ ପରେ ଯେତେବେଳେ ତା’ର କପଡ଼ା କିମ୍ବା ଡାଏପରରେ ରକ୍ତ ପଡ଼େ, ସେତେବେଳେ ସେମାନେ ଭୟଭୀତ ହୋଇ ଯାଆନ୍ତି। କିନ୍ତୁ ଏହା ବିଲ୍କୁଲ ସ୍ୱାଭାବିକ କଥା ହୋଇଥାଏ।