ପେଡିକ୍ୟୁଅର କରିଥିଲେ ଗୋଡ ହରାଇଲେ, ଏବେ ଗ୍ରାହକଙ୍କୁ ପାର୍ଲର ଦେଲା ୧୩ କୋଟି ଟଙ୍କା

ନିଜକୁ ସୁନ୍ଦର ଦେଖାଯିବା ପାଇଁ ମହିଳାମାନେ ପାର୍ଲର ଯାଇଥାନ୍ତି। ଆଉ ସେଠାରେ ବିଭିନ୍ନ ପ୍ରକାରର ମେନିକ୍ୟୁଅର, ପେଡିକ୍ୟୁଅର, କେଶ ସଜ୍ଜା ଇତ୍ୟାଦି କରିଥାନ୍ତି। କିନ୍ତୁ ଏବେ ପେଡିକ୍ୟୁର କରିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡିଛି। ଏହି ମହିଳା ପେଡିକ୍ୟୁର ପାଇବା ପରେ ଗୋଟେ ଗୋଡ ହରାଇଛନ୍ତି। ଯାହା ପରେ ସେ କ୍ଷତିପୂରଣ ବାବଦରେ ୧୩ କୋଟି ଡଲାର ପାଇଛନ୍ତି। ମହିଳା ଜଣକ ଆମେରିକାର ଫ୍ଲୋରିଡାରେ ରୁହନ୍ତି। ମହିଳା ଜଣକ ୫୫ବର୍ଷୀୟ କ୍ଲାରା ସେଲ୍ସମ୍ୟାନ ବୋଲି ଜଣାପଡିଛନ୍ତି।

ଡେଲି ମେଲ୍‌ ମୁତାବକ, ଏହି ମହିଳା ପେଡିକ୍ୟୁର ପାଇବା ପରେ ରକ୍ତରେ ସଂକ୍ରମଣ ହୋଇଥିଲା। ସେ ପେଡିକ୍ୟୁର ପାଇଁ ସେପ୍ଟେମ୍ବର ୨୦୧୮ରେ ଟମିସ୍‌ ନେଲ ନାମକ ପାର୍ଲର ଯାଇଥିଲେ। ସେଠାରେ ଜଣେ କର୍ମଚାରୀ ଏକ ମଇଳା ଉପକରଣରେ ତାଙ୍କର ପେଡିକ୍ୟୁର କରିଥିଲେ। ସେଲୁନ କର୍ମଚାରୀ ପାର୍ଲର କୌଣସି ପଲିସିକୁ ମାନିନଥିଲେ।

ଯାହା ପରେ ଏହି ମହିଳା ଜଣକ ମଇ ୨୦୨୦ରେ ଏକ କେସ ଦାୟର କରିଥିଲେ। ମହିଳାଙ୍କୁ ଏହି କେସ ବାବଦରେ ୧୬ ଡିସେମ୍ବରକୁ ଏହି ଜରିମାନା ମିଳିଥିଲା। ମହିଳା ଜଣକର ଆର୍ଟିଲର ସମ୍ବନ୍ଧୀୟ ସମସ୍ୟା ଥିଲା। ଏହା ପରେ ଗୋଡର ତଳ ଅଂଶକୁ କାଟି ଅଲଗା କରିବାକୁ ପଡିଥିଲା।

ମହିଳାଙ୍କୁ ଏହି ଜରିମାନା ମିଳିବା ସମୟରେ ସେ ବହୁତ କାନ୍ଦିଥିଲେ। କାରଣ ସେଲୁନ କର୍ମଚାରୀଙ୍କ ଏପରି ମନମାନି ଯୋଗୁଁ ତାଙ୍କୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା।

https://www.aajtak.in/lifestyle/women/story/pedicure-infection-to-woman-who-got-175m-dollar-as-settlement-for-losing-leg-tsty-1383030-2021-12-30