ପାଣି ବିନା ଛଟପଟ ହେଉଥିବା ମାଛକୁ ଦେଖି ଦୟାଳୁ ହେଲା କୁକୁର, ଏମିତି ବଞ୍ଚାଇଲା ଜୀବନ, ଦେଖନ୍ତୁ Viral Video

ସଂସାରରେ ପ୍ରକୃତି ଏକ ଖାଦ୍ୟ ଶୃଙ୍ଖଳା ସୃଷ୍ଟି କରିଛି। ଏହି ଫୁଡ ଚେନ ହିସାବରେ ସାରା ବିଶ୍ୱର କେବଳ ଜୀବଜନ୍ତୁ ନୁହନ୍ତି, ବରଂ ମଣିଷ ମଧ୍ୟ ନିଜ ଖାଦ୍ୟ ବାଛିଥାଏ। କିନ୍ତୁ ଅନେକ ଥର ଏହି ଖାଦ୍ୟ ଶୃଙ୍ଖଳାକୁ ଜୀବଜନ୍ତୁମାନେ ଚ୍ୟାଲେଞ୍ଜ ଦେଉଥିବା ନଜରକୁ ଆସିଥାଏ। ଅର୍ଥାତ ସେମାନେ ତାହା ଖାଇ ନ ଥାନ୍ତି, ଯାହା ସେମାନଙ୍କ ପ୍ରିୟ ଭୋଜନ ହୋଇଥାଏ। ଆଉ ଏହି ସମୟରେ ସେମାନେ ତା’ର ରକ୍ଷା କରିଥାନ୍ତି।

cd

ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡ଼ିଓ ପ୍ରକୃତିକୁ ଏହି ପ୍ରକାର ଚ୍ୟାଲେଞ୍ଜ ଦେଉଛି। ଭାଇରଲ ଭିଡ଼ିଓରେ ଦେଖିବାକୁ ମିଳୁଛି କି, ଏକ କୁକୁର ଏକ ଟବରୁ ମାଛ ଆଣି ତାକୁ ନିକଟରେ ଥିବା ପାଣିକୁଣ୍ଡରେ ଛାଡ଼ିଦେଉଛି। ତେବେ ଉକ୍ତ ଟବରେ ପାଣି ନ ଥିବାରୁ ମାଛଗୁଡ଼ିକ ଛଟପଟ ହେଉଥିଲେ। ଏହା ଦେଖି କୁକୁରଟି ଏକ ମାଛକୁ ତା’ ପାଟିରେ ଧରି ପାଣିକୁଣ୍ଡରେ ପକାଇଦେଉଛି। ନିଜ ଭୋଜନ ହୋଇଥିଲେ ମଧ୍ୟ କୁକୁର ମାଛର ଜୀବନ ବଞ୍ଚାଉଛି।

ଏହି ଭାଇରଲ ଭିଡ଼ିଓକୁ Back to Nature ନିଜ ଟୁଇଟର ଆକାଉଣ୍ଟରୁ ସେୟାର କରିଛି। ଭିଡ଼ିଓରେ କୁକୁରଟି ନିଜ ମାଲିକ ସହ ଅଛି। ଅନୁମାନ କରାଯାଉଛି, ମାଲିକର ମାଛ ପାଳିବାର ସଉକ ଅଛି। ତେବେ ସେ କୁକୁର ପାଇଁ ବି କିଛି ମାଛ ଆଣିଥିଲେ, ଯାହାକୁ ସେ ଶୁଖିଲା ଟବରେ ରଖିଥିଲେ। ଯେତେବେଳେ କୁକୁରର ନଜର ଏହି ମାଛଗୁଡିକ ଉପରେ ପଡ଼ିଥିଲା, ତା’ ମନରେ ଦୟା ଭାବ ଜାଗ୍ରତ ହୋଇଥିଲା ଏବଂ ସେ ଗୋଟିଏ ଗୋଟିଏ କରି ସବୁ ମାଛକୁ ପାଟିରେ ଧରି ପାଣି କୁଣ୍ଡରେ ନେଇ ଛାଡ଼ିଦେଇଥିଲା।