ଜାଣିଶୁଣି MH 370 ବିମାନକୁ କରାଯାଇଥିଲା ଦୁର୍ଘଟଣାଗ୍ରସ୍ତ !

ମାଲେସିୟା ଏୟାରଲାଇଂସ୍ ବିମାନ ୩୭୦ ଗତ ୨୦୧୪ ବର୍ଷ ୮ ମାର୍ଚ୍ଚରେ କୁଆଲାଲଂପୁର ଅର୍ନ୍ତରାଷ୍ଟ୍ରିୟ ବିମାନ ବନ୍ଦରରୁ ନିର୍ଦ୍ଦାରିତ ସମୟ ଅନୁଯାୟୀ ଉଡାଣ ହୋଇଥିଲା। କିନ୍ତୁ ଶେଷରେ ଏହି ବିମାନ ରେଡାର ରୁ ନିଖୋଜ ହୋଇଯାଇଥିଲା। ଏହି ବିମାନରେ ୨୩୯ ଜଣ ଯାତ୍ରୀ ଯାତ୍ରା କରୁଥିଲେ। ଶେଷରେ ବିମାନର ଅବଶେଷ ଭାରତ ମହାସାଗରରୁ ମିଳିଥିଲା। ବର୍ତ୍ତମାନ ଏହି ଘଟଣା ସମ୍ପର୍କରେ ସୂଚନା ମିଳିଛି ସେହି ବିମାନରେ ଥିବା ପାଇଲଟ ଅହମଦ ଶାହା ନିଜେ ଜାଣିଶୁଣି ଦୁର୍ଘଟଣା ଘଟାଇଥିଲେ।

FLIGHTରିପୋର୍ଟ ଅନୁଯାୟୀ ଶାହା ଅବସାଦ ପରିସ୍ଥିତି ମଧ୍ୟରେ ଅତିକ୍ରମ କରୁଥିଲେ। ତାଙ୍କର ବ୍ୟକ୍ତିଗତ ଜୀବନରେ କିଛି ଠିକ ନଥିଲା। ସେ ଦୁଇ ଜଣ ମଡେଲ୍ସଙ୍କ ପାଇଁ ଦିୱାନା ଥିଲେ। ଯାହାଙ୍କର ଫଟୋ ଇଣ୍ଟରନେଟରେ ଦେଖିବାକୁ ମିଳିଥିଲା। ଏୟାର ହୋଷ୍ଟେସଙ୍କ ସହ ତାଙ୍କର ସମ୍ବନ୍ଧ ଥିବାରୁ ମଧ୍ୟ ତାଙ୍କ ପତ୍ନୀ ତାଙ୍କୁ ଛାଡିଦେଇଥିଲେ। ଏହିକାରଣରୁ ତାଭ୍କର ମାନସିକ ସ୍ଥିତି ଠିକ ନଥିଲା।
ସୂଚନା ଅନୁଯାୟୀ ଯାଞ୍ଚ କରିବା ପରେ ଜାଣିବାକୁ ମିଳିଛି ବିମାନର ଉପକରଣକୁ ମାନୁଆଲୀ ବନ୍ଦ କରାଯାଇଥିଲା। କେବଳ ଏତିକି ନୁହେଁ ପାଇଲଟ ପ୍ରଥମରୁ ହିଁ ବିମାନ ଦୁର୍ଘଟଣା କରିବା ପାଇଁ ସ୍ଥିର କରିସାରିଥିଲେ। ଏହି କାରଣରୁ ସେ ବିମାନକୁ ବହୁତ ଉଚ୍ଚାକୁ ନେଇଯାଇଥିଲେ। ଯାହାଦ୍ବାରା ବିମାନ ମଧ୍ୟରେ ଅକ୍ସିଜେନର ଅଭାବ ହେବା କାରଣରୁ ଯାତ୍ରୀମାନଙ୍କର ମୃତ ହୋଇଥିଲା। କିନ୍ତୁ ଶାହାଙ୍କ ପାଖରେ ଅକ୍ସିଜେନ ଥିବାରୁ ସେ ଗୋଟେ ଘଣ୍ଟା ଧରି ବିମାନ ଚଳାଇଥିଲେ।

PLANEସୂଚନା ଅନୁଯାୟୀ ପ୍ରଥମେ ଶାହା ବିମାନକୁ ଅତି ଉଚ୍ଚକୁ ନେବା ପରେ ସେଠାରୁ ସିଧା ବିମାନକୁ ତଳକୁ କରିଥିଲେ। ଏହା ଦ୍ବାରା ବିମାନଟି ତୀବ୍ର ଗତିରେ ତଳକୁ ଆସି ମହାସାଗରରେ ଦୁର୍ଘଟଣା ହୋଇଥିଲା। ଏହି ବିମାନକୁ ନିର୍ଦ୍ଦାରିତ ମାର୍ଗରୁ ଅନ୍ୟ ମାର୍ଗକୁ ନେବା ପାଇଁ କଣ୍ଟ୍ରୋଲ୍ସଙ୍କ ସହ ଜାଣିଶୁଣି ଏପରି କିଛି କରିଥିଲେ, ଯେପରି ବିମାନଟି ଦୁର୍ଘଟଣା ଗ୍ରସ୍ତ ହେବ ବୋଲି ଘଟଣା ସମ୍ପର୍କରେ ୪୯୫ ପେଜରେ ଘୋଷଣା କରାଯାଇଛି। ଏହି ଘଟଣା ସମ୍ପର୍କରେ କାହାକୁ ଦୋଷୀ ସାବ୍ୟସ୍ତ କରାଯାଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.