ଆଜି ସଂସଦରେ ବିବୃତ୍ତି ରଖିବେ ମୋଦି, କଣ କହିବେ ତାହା ଉପରେ ସମସ୍ତଙ୍କ ନଜର

ଆଜି ସଂସଦରେ ବିବୃତ୍ତି ରଖିବେ ପ୍ରଧାନମନ୍ତ୍ରୀ । ଅନାସ୍ଥା ପ୍ରସ୍ତାବକୁ ନେଇ ଦୁଇ ଦିନ ହେବ ଗୃହରେ ବିତର୍କ ଚାଲିଛି । ବିରୋଧୀ ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।ଆଜି ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ରଖିବେ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ନୂଆଦିଲ୍ଲୀ : ଆଜି ସଂସଦରେ ବିବୃତ୍ତି ରଖିବେ ପ୍ରଧାନମନ୍ତ୍ରୀ । ଅନାସ୍ଥା ପ୍ରସ୍ତାବକୁ ନେଇ ଦୁଇ ଦିନ ହେବ ଗୃହରେ ବିତର୍କ ଚାଲିଛି । ବିରୋଧୀ ମୋଦିଙ୍କ ଉପରେ ଖୁବ୍ ବର୍ଷିଛନ୍ତି ।ଆଜି ତୃତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିବୃତ୍ତି ରଖିବେ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଲୋକସଭାରେ ମୋଦି କଣ କହିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ବିରୋଧୀଂକୁୁ କଡା ଜବାବ ଦେଇପାରନ୍ତି ପ୍ରଧାନମନ୍ତ୍ରୀ ।

ମଣିପୁରରେ ମହିଳାଂକୁ ନିର୍ଯାତନା ଘଟଣାରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ । ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ଉତ୍ତର ରଖଂତୁ ବୋଲି ଦାବି କରିଥିଲେ। ମେ ମାସରୁ ହିଂସା ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ଏଯାଏ କାହିଁକି ମଣିପୁର ଯାଇନାହାନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି । ଗତକାଲି ସଂସଦରେ ମୋଦିଂକୁ ଟାର୍ଗେଟ କରି ରାହୁଲ କହିଥିଲେ, ମଣିପୁରକୁ ଭାଗ ଭାଗ କରାଯାଇଛି’ । ମଣିପୁରରେ ଆପଣ ଭାରତ ମାତାଙ୍କ ହତ୍ୟାକାରୀ । ଆପଣ ପୂରା ଦେଶରେ କିରାସିନି ପକାଉଛନ୍ତି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.