ଆମେରିକା କ୍ୟାପିଟଲ ହିଲ୍‌ ନିକଟରେ ଗୁଳିମାଡ: ଜଣେ ପୋଲିସ ଅଧିକାରୀଙ୍କ ମୃତ୍ୟୁ, ଘଟଣା ପରେ କ୍ୟାପିଟଲ ବିଲଡିଂ ଲକ୍‌ଡାଉନ୍‌

ଆମେରିକା : ଆମେରିକା କ୍ୟାପିଟଲ ହିଲ୍‌ ନିକଟରେ ଗୁଳିମାଡ । ଆମେରିକା ସଂସଦ ନିକଟରେ ଜଣେ କାର ଚାଳକ ଦୁଇ ଜଣ ପୋଲିସ କର୍ମୀଙ୍କୁ ଧକ୍କା ଦେଇଥିଲେ । କ୍ୟାପିଟଲରେ ଥିବା ବ୍ୟାରିକେଡ୍‌କୁ ମଧ୍ୟ ଧକ୍କା ଦେଇଥିଲେ । କ୍ୟାପିଟଲ ହିଲ୍‌ ନିକଟରେ ଥିବା ପୋଲିସ ଅଧିକାରୀଙ୍କ ଉପରକୁ ଗୁଳି ମାଡ କରିଥିଲେ । ଦୁଇ ଜଣ ପୋଲିସଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି ।

ସେହିପରି କାରରେ ଥିବା ସଂଦୀଗ୍ଧ ପୋଲିସ ଗୁଳିମାଡରେ ଆହତ ହୋଇଥିଲା । ପରେ ହସ୍ପିଟାଲରେ ମଧ୍ୟ ତାର ମୃତ୍ୟୁ ହୋଇଛି । ଘଟଣା ପରେ କ୍ୟାପିଟଲ ବିଲଡିଂକୁ ଲକ୍‌ଡାଉନ୍‌ କରାଯାଇଛି । କ୍ୟାପିଟଲ ବିଲଡିଂର ସମସ୍ତ ଗେଟ୍‌ ବନ୍ଦ ରହିଛି । ବାହାର ସୁରକ୍ଷା କାରଣରୁ ଲକ୍‌ଡାଉନ୍‌ କରାଯାଇଥିବା ପୋଲିସ ଅଧିକାରୀ କହିଛନ୍ତି । ୫୦ ଜଣ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ । ମୃତ ପୋଲିସ ଅଧିକାରୀଙ୍କ ସମ୍ମାନରେ ହ୍ଵାଇଟ୍‌ ହାଉସ ପତାକା ଅଧନମିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.