Below header

ସିଧି ପରିସ୍ରାକାଣ୍ଡ ପୀଡ଼ିତଙ୍କୁ ଆର୍ଥିକ ସହାୟତା, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନିର୍ଦ୍ଦେଶରେ ୬.୫ ଲକ୍ଷ ଟଙ୍କା ମଞ୍ଜୁର

ସିଏମ୍‌ଙ୍କ ନିର୍ଦ୍ଦେଶରେ ପରିସ୍ରାକାଣ୍ଡ ପୀଡ଼ିତ ଦଶମତ ରାୱତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ସହ ଆବାସ ନିର୍ମାଣ ପାଇଁ ୧.୫୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି।

ସିଧି ପରିସ୍ରାକାଣ୍ଡ ପରେ ମଧ୍ୟ ପ୍ରଦେଶ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କୁ ଗିରଫ କରାଯାଇ ତାଙ୍କ ଉପରେ ଏନ୍‌ଏସ୍‌ଏ ଲାଗୁ କରାଯାଇଛି। ସେପଟେ ପୀଡ଼ିତ ଆଦିବାସୀ ଦଶମତ ରାୱତଙ୍କ କ୍ଷତ ଭରିବା ପାଇଁ ସରକାର ଉଦ୍ୟମ ଚଳାଇଛନ୍ତି।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୀଡ଼ିତଙ୍କ ଗୋଡ଼ ଧୋଇବା ସହ ତାଙ୍କୁ କ୍ଷମା ମାଗିଛନ୍ତି। ବର୍ତ୍ତମାନ ସିଏମ୍‌ଙ୍କ ନିର୍ଦ୍ଦେଶରେ ସିଧି ଜିଲ୍ଲାପାଳ ପୀଡିତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ଏହାସହିତ ଗୃହ ନିର୍ମାଣ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି।

ସିଧି ଜିଲ୍ଲାପାଳ ଟ୍ୱିଟ୍ କରି କହିଛନ୍ତି, ‘ସିଏମ୍‌ଙ୍କ ନିର୍ଦ୍ଦେଶ ଅନୁସାରେ ଦଶମତ ରାୱତଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଏବଂ ଆବାସ ନିର୍ମାଣ ପାଇଁ ୧ ଲକ୍ଷ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି’।

ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଗୁରୁବାର ପରିସ୍ରାକାଣ୍ଡ ପୀଡ଼ିତଙ୍କ ଗୋଡ଼ ଧୋଇ ଦେଇଥିଲେ। ସେ ତାଙ୍କ ଭୋପାଳସ୍ଥିତ ସରକାରୀ ବାସଭବନକୁ ଡକାଇ ପୀଡିତଙ୍କୁ ଭେଟିଥିଲେ। ଏହି ସମୟରେ ଶିବରାଜ ସିଂ ଘଟଣା ପାଇଁ ତାଙ୍କୁ କ୍ଷମା ମାଗିଥିଲେ।

କହି ରଖୁଛୁ, ସିଧିରେ ଆଦିବାସୀ ଯୁବକଙ୍କ ମୁହଁରେ ପରିସ୍ରା କରିଥିବା ଅଭିଯୁକ୍ତ ପ୍ରବେଶ ଶୁକ୍ଳାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଅଭିଯୁକ୍ତଙ୍କୁ ଗିରଫ ପରେ ତାଙ୍କ ଘରକୁ ବୁଲ୍‌ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ଗତ ମଙ୍ଗଳବାର ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପାଖାପାଖି ସପ୍ତାହେ ପୁରୁଣା ଏହି ଭିଡିଓ ଲୋକଲୋଚନକୁ ଆସିବା ପରେ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୨୯୪, ୫୦୪ ଓ ଏସ୍‌ସି/ଏସ୍‌ଟି ଆକ୍ଟରେ ମାମଲା ରୁଜୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.