OTT ସୁବିଧା ସହ ୧୦୯୯ ଟଙ୍କାରେ ଲଞ୍ଚ ହେଲା ଏୟାରଟେଲ ବ୍ଲାକ ପ୍ଲାନ, ଗୋଟିଏ ପ୍ଲାନରେ ପାଇବେ ୩ଟି ସର୍ଭିସ

ଭାରତୀୟ ଏୟାରଟେଲ କମ୍ପାନୀ ୧୦୯୯ ଟଙ୍କାରେ ଓଭର ଦ ଟପ (OTT) ଲାଭ ସହିତ ଏକ ନୂଆ ଏୟାରଟେଲ ବ୍ଲାକ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନ ଦ୍ୱାରା ଆପଣ DTH, ଫାଇବର ସର୍ଭିସ ଏବଂ ମୋବାଇଲ ପ୍ଲାନକୁ ମିଶାଇ ପାରିବେ ।

ଏୟାରଟେଲ ନିଜ ୟୁଜର୍ସମାନଙ୍କ ପାଇଁ ଏକ ନୂଆ ପ୍ଲାନ ଲଞ୍ଚ କରିଛି । ଇଣ୍ଟରନେଟ, OTT ଏବଂ DTH ସେବା ଗୁଡ଼ିକରେ ଯେଉଁ ଗ୍ରାହକମାନେ ଅଲ ଇନ ଓ୍ଵାନ କନେକ୍ସନରେ ସ୍ୱିଚ କରିବାକୁ ଚାହୁଁଛନ୍ତି ସେମାନେ ଏହି ପ୍ଳାନର ଲାଭ ଉଠାଇ ପାରିବେ । ଭାରତୀୟ ଏୟାରଟେଲ କମ୍ପାନୀ ୧୦୯୯ ଟଙ୍କାରେ ଓଭର ଦ ଟପ (OTT) ଲାଭ ସହିତ ଏକ ନୂଆ ଏୟାରଟେଲ ବ୍ଲାକ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନ ଦ୍ୱାରା ଆପଣ DTH, ଫାଇବର ସର୍ଭିସ ଏବଂ ମୋବାଇଲ ପ୍ଲାନକୁ ମିଶାଇ ପାରିବେ । ବର୍ତ୍ତମାନ ଆପଣଙ୍କୁ ବିଭିନ୍ନ ସୁବିଧା ପାଇଁ ଅଲଗା ବିଲ ଦେବାକୁ ପଡ଼ିବ ନାହିଁ, ଆପଣ ଏହି ଗୋଟିଏ ପ୍ଲାନରେ ହିଁ ୩ଟି ସର୍ଭିସ ବ୍ୟବହାର କରିପାରିବେ । ଏହି ଏୟାରଟେଲ ବ୍ଲାକ ପ୍ଲାନ ଦ୍ୱାରା କମ୍ପାନୀ ଅନେକ ସୁବିଧା ଯୋଗାଉଛି ।

୩୫୦ ଟଙ୍କାରେ DTH କନେକ୍ସନ ଏବଂ ଅନଲିମିଟେଡ ଭଏସ କଲିଙ୍ଗ ସହିତ ନୂଆ ଏୟାରଟେଲ ବ୍ଲାକ ପ୍ଲାନ ଆସିଛି । ଏହି ପ୍ଲାନରେ ୨୦୦Mbps ର ସ୍ପିଡ ଅନଲିମିଟେଡ ଇଣ୍ଟରନେଟ ସହିତ ଏକ୍ସଟ୍ରିମ ଫାଇବର କନେକ୍ସନ ପ୍ରଦାନ କରାଯାଇଛି । ୟୁଜର୍ସମାନେ ଏୟାରଟେଲ ଦ୍ୱାରା ଦିଆଯାଇଥିବା ଫ୍ରି ଇନ୍‌ଷ୍ଟଲେସନ ସର୍ଭିସ ପାଇ ପାରିବେ ।

୧୦୯୯ ଟଙ୍କାର ଏୟାରଟେଲ ବ୍ଲାକ ପ୍ଲାନ ୟୁଜର୍ସଙ୍କ ପାଇଁ OTT ସବସ୍କ୍ରିପସନ ଦେଇଛି । ଯେପରିକି ଆମାଜନ ପ୍ରାଇମ ଭିଡିଓ, ଡିଜନୀ+ ହଟଷ୍ଟାରରେ ମାଗଣା ସବସ୍କ୍ରିପସନ ଏବଂ ଏୟାରଟେଲ ଏକ୍ସଟ୍ରିମ ଆପ୍‌ରେ ପ୍ରବେଶ କରିବା ପାଇଁ ସୁବିଧା ମିଳିବ । ଏହି ସବୁ ସୁବିଧାରେ ସୋନିଲିଭ,ଏରୋସ ନାଓ, ଅଲଟ୍ରା ଏବଂ ଲାୟନ୍ସଗେଟ ପ୍ଲେ ସହିତ OTTର ୧୨ଟି ଆପ୍‌ ସାମିଲ ରହିଛି । ଲଞ୍ଚ ହୋଇଥିବା ଏହି ପ୍ଲାନ ଦ୍ୱାରା ୟୁଜର୍ସମାନେ ଉପକୃତ ହେବେ ବୋଲି ଆଶା କରାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.