Below header

ସରକାରୀ ଚାକିରି ପାଇଁ ବାହାନଗା ବାହାନା : ମୃତ ମା’କୁ ଆଉ ଥରେ ମାରି ଦେଲେ ଯୁବକ

ସରକାରୀ ଚାକିରି ପାଇଁ ବଡ଼ ମିଛ । ସରକାରି ଚାକିରି ପାଇବା ଲୋଭରେ ମୃତ ମା’କୁ ଆଉ ଥରେ ମାରି ଦେଲେ ଯୁବକ । କହିଲେ ବାହାନଗା ରେଳ ଦୁର୍ଘଟଣାରେ ତାଙ୍କ ମାଆର ମୃତ୍ୟୁ ହୋଇଛି । ଯୁବକ ଜଣକ ବିହାର ପାଟନା ଅଞ୍ଚଳର ବୋଲି ଜଣାପଡିଛି।

ନୂଆଦିଲ୍ଲୀ : ସରକାରୀ ଚାକିରି ପାଇଁ ବଡ଼ ମିଛ । ସରକାରି ଚାକିରି ପାଇବା ଲୋଭରେ ମୃତ ମା’କୁ ଆଉ ଥରେ ମାରି ଦେଲେ ଯୁବକ । କହିଲେ ବାହାନଗା ରେଳ ଦୁର୍ଘଟଣାରେ ତାଙ୍କ ମାଆର ମୃତ୍ୟୁ ହୋଇଛି । କ୍ଷତିପୂରଣ ଜାଗାରେ ଦରକାର ଚାକିରି । ତେବେ ସନ୍ଦେହ ହେବାରୁ ରେଳବାଇ ଅଧିକାରୀମାନେ ତାଙ୍କୁ ଗୁଡ଼େଇ ତୁଡ଼େଇ ପଚାରିବା ପରେ ଘଟଣା ମିଛ ବୋଲି ଜଣାପଡ଼ିଲା । ଯୁବକ ଜଣକ ବିହାର ପାଟନା ଅଞ୍ଚଳର । ତାଙ୍କ ନାଁ ସଞ୍ଜୟ କୁମାର । ପ୍ରକୃତରେ ତାଙ୍କ ମାଆଙ୍କର ୨୦୧୮ରେ ମୃତ୍ୟୁ ହୋଇଛି ।

ବାହାନଗା ଦୁର୍ଘଟଣା ପରେ ତାଙ୍କ ମୁଣ୍ଡକୁ ସରକାରୀ ଚାକିରି କଥା ଯୁଟିଲା । ତେଣୁ ସେ ଦିଲ୍ଲୀ ଯାତ୍ରା କରିଥିଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଚାକିରି ପାଇଁ କହିବେ । ସଞ୍ଜୟ ମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ପହଞ୍ଚିଥିଲେ । ତେବେ ସେଠାରେ ତାଙ୍କୁ କୁହାଗଲା ରେଳଭବନକୁ ଯିବା ପାଇଁ । ସଞ୍ଜୟ ରେଲ ଭବନରେ ପହଞ୍ଚିବା ପରେ ତାଙ୍କ ରେଳବାଇ ଅଧିକାରୀମାନେ ବିଭିନ୍ନ ପ୍ରଶ୍ନ କରିଥିଲେ । ସେ କଥା ଏପାଖ ସେପାଖ କରିବା ପରେ ତାଙ୍କ ମିଛ ଧରାପଡ଼ି ଯାଇଥିଲା । ତେବେ ଅନେକ ଦିନ ଧରି ବେକାର ରହିବା ପରେ ସେ ଏଭଳି କରିଥିବା ସଞ୍ଜୟ କହିଛନ୍ତି । ରେଳ ଅଧିକାରୀ ଅଧିକ ତଦନ୍ତ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.