ଦିଲ୍ଲୀ ହସପିଟାଲରେ ଭୀଷଣ ନିଆଁ, ଜୀବନକୁ ବାଜି ଲଗାଇ ୨୦ ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଦିଲ୍ଲୀର ବୈଶାଳୀ କଲୋନିରେ ଥିବା ଏକ ନବଜାତ ଶିଶୁ ଡାକ୍ତରଖାନାରେ ନିଆଁ । ୨୦ ନବଜାତ ଶିଶୁଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ । ଅଗ୍ନିଶମ ବିଭାଗ ପକ୍ଷରୁ କଠିନ ପରିଶ୍ରମ କରାଯାଇ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା ।

ଦିଲ୍ଲୀର ଏକ ନବଜାତ ଶିଶୁ ହସପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ୨୦ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବିଭାଗ । ଶୁକ୍ରବାର ରାତିରେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ଅଞ୍ଚଳରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଘଟଣା ବିଷୟରେ ସୂଚନା ମିଳିବା ପରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା ।

ଖବର ଅନୁସାରେ, ବୈଶାଳୀ କଲୋନିରେ ଥିବା ଏକ ନବଜାତ ଶିଶୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ଘଟଣାସ୍ଥଳରେ ୯ଟି ଗାଡି ନିଆଁକୁ ଆୟତ୍ତ କରିଥିଲା । ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦ୍ଦେଶକ ଅତୁଲ୍‌ ଗର୍ଗ କହିଛନ୍ତି, ହସ୍ପିଟାଲ୍‌ରେ ନିଆଁ ଲାଗିବା ନେଇ ରାତି ୧.୩୫ରେ କଲ୍‌ ଆସିଥିଲା ।

ଘଟଣାସ୍ଥଳକୁ ପ୍ରଥମେ ୪ଟି ଦମକଳ ପଠାଇଲୁ। ତା’ ପରେଆଉ ୫ଟି ଦମକଳ ଘଟଣା ସ୍ଥଳକୁ ପଠାଇଥିଲୁ । ହସ୍ପିଟାଲ୍‌ରେ ୨୦ଜଣ ନବଜାତ ଶିଶୁ ଅଛନ୍ତି ବୋଲି ଖବର ମିଳିଥିଲା । ରାସ୍ତା ଅଣଓସାରିଆ ହୋଇଥିବାରୁ ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିଲା ।


ସୂଚନାଯୋଗ୍ୟ,  ରାତି ପ୍ରାୟ ୨.୩୦ରେ ସେ ହସ୍ପିଟାଲ୍‌ରୁ ନିଆଁ ଲିଭାଯାଇଥିଲା। ନିଆଁ ଲାଗିଥିବା ହସ୍ପିଟାଲ୍‌ରୁ ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି। ନବଜାତ ମାତାପିତା ଦମକଳ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।

ଫାୟାର ବିଭାଗ ଅନୁସାରେ, ନିଆଁ ବିଲିଡିଂର ବେସମେଣ୍ଟରେ ଥିବା ଫର୍ଣ୍ଣିଚର ଦୋକାନରେ ଲାଗିଥିଲା । ବେସମେଣ୍ଟଟି ୧୮୦ ବର୍ଗଫୁଟର ଥିଲା । ଏହି ବିଲିଡିଂର ବେସମେଣ୍ଟ, ଗ୍ରାଉଣ୍ଡ ଛଡା ୩ୟ ମହଲାରେ ଲାଗିଥିଲା । ହସପିଟାଲ ପ୍ରଥମ ମହଲାରେ ରହିଥିଲା । ତେବେ ସୂଚନା ମିଳିବା ପରେ  ଦମକଳ ଗାଡି ଆସି ୨୦ ନବଜାତ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.