ବିଶ୍ବକପ ୨୦୨୩  ପାଇଁ ଟିମ୍‌ ଘୋଷଣା କଲା ୱେଷ୍ଟଇଣ୍ଡିଜ, ଦାୟିତ୍ବ ସମ୍ଭାଳିବେ ସାଇ ହୋପ୍‌

ବିଶ୍ବକପ ୨୦୨୩  ପାଇଁ ଟିମ୍‌ ଘୋଷଣା କରିଛି ୱେଷ୍ଟଇଣ୍ଡିଜ ଟିମ୍‌ । ବିଶ୍ବକପ ପାଇଁ କ୍ବାଲିଫାୟର ମ୍ୟାଚ୍‌ ୧୮ ଜୁନରୁ ଆରମ୍ଭ ହେବ । ୱେଷ୍ଟଇଣ୍ଡିଜର ପ୍ରଥମ ମ୍ୟାଚ ୟୁନାଇଟେଡ୍‌ ଷ୍ଟେଟସ ବିପକ୍ଷରେ ହେବ ।

ବିଶ୍ବକପ୍‌ ୨୦୨୩ର ଆୟୋଜନ ଚଳିତଥର ଭାରତରେ ହେବ । ଏହାପୂର୍ବରୁ ବିଶ୍ବକପ ୨୦୨୩ କ୍ବାଲିଫାୟର୍ସ ମ୍ୟାଚ୍‌ ଖେଳାଯିବ । ଏଥିପାଇଁ ୱେଷ୍ଟଇଣ୍ଡିଜ ଟିମ୍‌ ଘୋଷଣା କରିସାରିଛି ।  ୱେଷ୍ଟଇଣ୍ଡିଜ ଟିମର ଦାୟିତ୍ବ ସାଇ ହୋପ ନେବେ । ଟିମ୍‌ ପାଇଁ ୩୪ ବର୍ଷୀୟ ଖେଳାଳି ଉପରେ ଭରସା କରିଛନ୍ତି ଚୟନକର୍ତ୍ତା ।

ୱେଷ୍ଟଇଣ୍ଡିଜ ବିଶ୍ବକପ୍‌ ୨୦୨୩ କ୍ବାଲିଫାୟର୍ସ ଟିମ ପାଇଁ ଉପଅଧିନାୟକ ପଦ ରୋଓମେନ ପାୱେଲଙ୍କୁ ଦେଇଛି । ଟିମରେ ଅଭିଜ୍ଞ ଖେଳାଳି ଜେସନ ହୋଲଡରଙ୍କୁ ମଧ୍ୟ ସୁଯୋଗ ଦେଇଛି ।

ସୂଚନାଯୋଗ୍ୟ, ବିଶ୍ବକପ୍‌ ୨୦୨୩ କ୍ବାଲିଫାୟର୍ସ ମ୍ୟାଚ୍ ୧୮ ଜୁନରୁ ଆରମ୍ଭ ହେବ । ଏହାର ପ୍ରଥମ ମ୍ୟାଚ୍‌ ଜିମ୍ବାୱେ ଏବଂ ନେପାଳ ମଧ୍ୟରେ ହେବ । ୱେଷ୍ଟଇଣ୍ଡିଜର ପ୍ରଥମ ମ୍ୟାଚ ୟୁନାଇଟେଡ୍‌ ଷ୍ଟେଟସ ବିପକ୍ଷରେ ହେବ । ଏହି ମ୍ୟାଚ ହରାରେ ଆୟୋଜିତ ହେବ ।

ୱେଷ୍ଟଇଣ୍ଡିଜ ଟିମ୍‌ : ସାଇ ହୋପ୍‌(ଅଧିନାୟକ), ରୋଭମ୍ୟାନ୍‌ ପାୱେଲ ( ଉପଅଧିନାୟକ), ଶାମରହ ବ୍ରୁକ୍‌, ୟାନିକ କରିୟା, କେସି କାର୍ଟି, ରୋଷ୍ଟନ ଚେଜ୍‌, ଜନସନ ଚାଲର୍ସ, ଜସନ ହୋଲ୍ଡର, ଅକିଲ ହୁସେନ, ଅଲଜାରି ଜୋସେଫ, ବ୍ରାଣ୍ଡନ କିଙ୍ଗ, କାଇଲି ମାଇରର୍ସ, କେମୋ ପଲ୍‌, ନିକୋଲାସ ପୋରନ, ରୋମାରିଓ ସିଫେର୍ଡ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.