Below header

ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ହେବ ୨ଶହ ଚ୍ୟାନେଲ

ନୂଆଦିଲ୍ଲୀ: ବଜେଟ୍‌ ୨୦୨୨-୨୩। ଉପସ୍ଥାପନ କରୁଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି। ସ୍କୁଲ୍‌ ପିଲାଙ୍କ ପାଇଁ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି।

ସ୍କୁଲ୍‌ ପିଲାଙ୍କ ପାଇଁ ପିଏମ୍ ଇ-ବିଦ୍ୟା କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଟିଭି ଜରିଆରେ କରାଯିବ। ଆଞ୍ଚଳିକ ଭାଷାରେ ପିଲାଙ୍କ ପାଠପଢ଼ା ପାଇଁ ହେବ ୨ଶହ ଚ୍ୟାନେଲ । ନ୍ୟାସନାଲ୍‌ ଟେଲି ମେଣ୍ଟାଲ ହେଲ୍‌ଥ କାର୍ଯ୍ୟକ୍ରମ ଆରମ୍ଭ କରାଯିବ। ନିମହାନ୍ସ ସହାୟତାରେ ଆରମ୍ଭ କରାଯିବ ଟେଲି ମେଣ୍ଟାଲ ହେଲ୍‌ଥ। ଅଙ୍ଗନବାଡ଼ିକୁ ଅଧିକ ସୁଦୃଢ଼ କରାଯିବ। ଏହି ଯୋଜନାରେ ଦେଶରେ ୨ ଲକ୍ଷ ଅଙ୍ଗନବାଡ଼ିକୁ ଅପଗ୍ରେଡ କରାଯିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.