ରୋଡ୍‌ ବଜେଟ୍‌ ୨୦୨୨: ବର୍ଷେ ଭିତରେ ନିର୍ମାଣ ହେବ ୨୫୦୦୦ କିମି ଜାତୀୟ ରାଜପଥ

ଆଜି ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍ ୨୦୨୨। ଏଥିରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଆଗାମୀ ଏକ ବର୍ଷ ଭିତରେ ସାରା ଦେଶରେ ୨୫୦୦୦ କିଲୋମିଟର ଜାତୀୟ ରାଜପଥ ନିର୍ମାଣ ହେବ, ଯଦ୍ଦ୍ଵାରା ଲୋକଙ୍କ ଯିବାଆସିବା ସହଜ ହୋଇଯିବ। ଏହା ସହିତ ହିଁ ସମଗ୍ର ଦେଶରେ ୭ ନୂଆ ରୋପୱେ ନିର୍ମାଣ ହେବ। ଏହି ରୋପୱେଗୁଡ଼ିକ ସେହି ସ୍ଥାନମାନଙ୍କରେ ନିର୍ମାଣ ହେବ, ଯେଉଁଠି ମେଟ୍ରୋ ସଂଯୁକ୍ତ ହୋଇ ପାରିବ। ଏଥିରେ ୨୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।