Below header

ମଡେଲଙ୍କ ଶରୀରରୁ ବାହାରୁଥିବା ଏହି ଅପରିଷ୍କାର ପଦାର୍ଥରୁ ତିଆରି ହୁଏ ମଦ, ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦୁନିଆରେ ବିଭିନ୍ନ ପ୍ରକାର ମଦ ବିଷୟରେ ଆପଣ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମଦ ବିଷୟରେ କହିବାକୁ ଯାଉଛୁ, ଯାହାକୁ ନେଇ ଆପଣ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିବେ। ଆଜ୍ଞ ହଁ, ଏହା ବହୁତ ଅଜବ ପ୍ରକାରର। ଜଣେ ମଡେଲଙ୍କ ଶରୀରରୁ ବାହାରୁଥିବା ଦୁର୍ଗନ୍ଧଜାତ ଦ୍ରବ୍ୟରୁ ଏହାକୁ ପ୍ରସ୍ତୁତ କରାଯାଇଥାଏ।

ଏକ ଇଂଲିଶ ମାଗାଜିନ୍‌ର ରିପୋର୍ଟ ଅନୁଯାୟୀ, ଦ ଅର୍ଡର ଅଫ୍‌ ୟୋନି ନାମକ କମ୍ପାନୀ ଏହି ମଦ ପ୍ରସ୍ତୁତ କରିଛି। ମୂଳତଃ ପୋଲାଣ୍ଡର ଏହି କମ୍ପାନୀ ଏଭଳି ଖାସ୍‌ ମଦ ପ୍ରସ୍ତୁତ କରିବା ପାଇଁ ଆଲେକ୍ସଜାଣ୍ଡ୍ରା ବ୍ରେଣ୍ଡଲୋଭା ନାମ୍ନୀ ମଡେଲଙ୍କୁ ନିଯୁକ୍ତ କରିଛି।

beer1

ଏହାସହ ପଢ଼ନ୍ତୁ: ଏହି ଜାଗାକୁ ସୁନ୍ଦରୀ କନ୍ୟା ଖୋଜିବାକୁ ଆସନ୍ତି ଯୁବକ, ଦେବାକୁ ପଡ଼େ ଲକ୍ଷ ଲକ୍ଷ ଟଙ୍କା!

କହିବାକୁ ଗଲେ, ଏହି ମଦରେ ଆଲେକ୍ସଜାଣ୍ଡ୍ରାଙ୍କ ଶରୀରର ଅପରିଷ୍କାର ପଦାର୍ଥ ବ୍ୟବହାର କରାଯାଇଥାଏ। ତାଙ୍କ ଶରୀରରୁ ବାହାରୁଥିବା ଲାକ୍ଟିକ୍‌ ବ୍ୟାକ୍ଟେରିୟାଲ୍‌ ଏସିଡ୍‌ ତତ୍ତ୍ୱରୁ ମଦ ପ୍ରସ୍ତୁତ ହୁଏ। ରିପୋର୍ଟରେ କୁହାଯାଇଛି, ଏହି ଏସିଡ୍‌ ତତ୍ତ୍ୱକୁ ବାହାର କରିବା ପାଇଁ ଏକ ଖାସ୍‌ ଧରଣର ଗାଇନାଲୋଜିକାଲ ଷ୍ଟିକ୍‌ ବ୍ୟବହାର କରାଯାଇଥାଏ।

କମ୍ପାନୀ ଦାବି କରିଛି, ଏହି ମଦରେ ଲୋକଙ୍କୁ ନାରୀତ୍ୱର ତତ୍ତ୍ୱ ମିଳିପାରିବ। ମଡେଲଙ୍କ ଶରୀରରୁ ବ୍ୟାକ୍ଟେରିଆ ବାହାର କରି ଏକ କଲ୍‌ଚର ଷ୍ଟାର୍ଟର କିଟ୍‌ରେ ଷ୍ଟୋର୍‌ କରାଯାଇଥାଏ। ଏଥିରେ ପାଣି, ମଲ୍ଟ, ହପ୍ସ, ୟେଷ୍ଟ ଆଦି ସାମଗ୍ରୀ ମିଶାଯାଇଥାଏ। କିନ୍ତୁ ଏହି ପ୍ରକାର ମଦକୁ ନେଇ ସାରା ବିଶ୍ୱରେ ଏବେ ଭିନ୍ନ ଭିନ୍ନ ପ୍ରକାର ପ୍ରତିକ୍ରିୟା ଆସୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.