ସ୍ୱାଦ ଓ ଗନ୍ଧ ବାରି ନ ପାରିବା କରୋନା ରୋଗୀଙ୍କ ପାଇଁ ଏକ ଭଲ ସଙ୍କେତ, ଜାଣନ୍ତୁ କେମିତି

ସ୍ୱାଦ ଓ ଗନ୍ଧ ବାରି ନ ପାରିବା କରୋନାର ଏକ ଲକ୍ଷଣ। ପ୍ରଥମେ ପ୍ରଥମେ ଏହି ଲକ୍ଷଣ ଜଣାପଡ଼ୁନଥିବା ବେଳେ ଧୀରେ ଧୀରେ ଏହା ଏକ ପ୍ରମୁଖ ଲକ୍ଷଣ ପାଲଟିଯାଏ। ଯାହା ଫଳରେ ରୋଗୀକୁ ବହୁ ସମସ୍ୟା ହୋଇଥାଏ। କିଛି ଲୋକଙ୍କ ଠାରେ ଏହି ସମସ୍ୟା ଜଲଦି ଠିକ୍‌ ହୋଇଯାଏ ତ ଆଉ କିଛିଙ୍କ ପାଖରେ ଠିକ୍‌ ହେବାକୁ ସପ୍ତାହେ ୨ ସପ୍ତାହ ଲାଗିଯାଏ।

ତେବେ ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଏକ୍ସପର୍ଟମାନେ କହିଛନ୍ତି ଯେ ସ୍ୱାଦ ଓ ଗନ୍ଧ ବାରି ନ ପାରିବା ସହ ଭୋକ ନ ହେବା ମଧ୍ୟ ସଂକ୍ରମଣର ଏକ ଭଲ ସଙ୍କେତ ହୋଇପାରେ। ଏହା ରୋଗୀ ସୁସ୍ଥ ହେବାର ମଧ୍ୟ ଏକ ଲକ୍ଷଣ ହୋଇପାରେ। ଏହି ସମସ୍ୟା କରୋନାରୁ ରକ୍ଷା କରିପାରେ। ତେବେ ବୈଜ୍ଞାନିକମାନେ କେଉଁ କାରଣରୁ ଏଭଳି ବୟାନ ଦେଇଛନ୍ତି ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରିନାହିଁ। ଡାକ୍ତରଙ୍କ କହିବାନୁସାରେ ଯେଉଁମାନଙ୍କର ସ୍ୱାଦ ଓ ଗନ୍ଧ ବାରି ନ ହେବା ସମସ୍ୟା ରହିଛି ସେମାନଙ୍କ ଠାରେ ଶ୍ୱସନ ସମସ୍ୟା ଅଧିକ ପରିଲକ୍ଷିତ ହୋଇଥାଏ। ଏହା କରୋନା ସଂକ୍ରମଣର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହୁଏ।

corona new pic

ସୂଚନାଯୋଗ୍ୟ ଯେ କରୋନାର ଲକ୍ଷଣଗୁଡ଼ିକ ହେଉଛି ଶୁଖିଲା କାଶ ହେବା, ନାକ ବନ୍ଦ ହୋଇଯିବା କିମ୍ବା ଅନବରତ ନାକରୁ ପାଣି ବୋହିବା, ପ୍ରବଳ ଜ୍ୱର, ଥକାପଣ, ତଣ୍ଟି ଦରଜ ଓ ପୀଡ଼ା, ସ୍ୱାଦ ଓ ଗନ୍ଧ ପ୍ରଭାବିତ ହେବା, ଆଖିର ରଙ୍ଗ ବଦଳିବା, ମୁଣ୍ଡ ବିନ୍ଧା, ଡାଇରିଆ, ମୁହଁରେ ଦାନା ଦାନା ହୋଇ ଉଠିବା ଓ ହାତ, ପାଦ ଆଙ୍ଗୁଳିର ରଙ୍ଗ ବଦଳିବା, ମାଂସପେଶୀରେ ପୀଡ଼ା ହେବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସମସ୍ୟା ହେବା, ଛାତିରେ ଯନ୍ତ୍ରଣା ହେବା, କଥାବାର୍ତ୍ତା ବେଳେ ସମସ୍ୟା ହେବା, ଅଧିକ ଥଣ୍ଡା ଲାଗିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.