ବଦଳିଗଲା ଭାଗ୍ୟ, ଖରା ବର୍ଷା ଶୀତରେ ଝୁପୁଡି ଘରେ ପଡିରହିଥିବା ଅସହାୟଙ୍କୁ ମିଳିଲା ସାହାରା

ଗରିବ ମାନଙ୍କ ସ୍ବପ୍ନ ହେଲା ସାକାର, କଚ୍ଚା ଘର ହେଲା ପକ୍କା । ହଁ ଆଜ୍ଞା ଗରିବ ଅସହାୟ ଭୂମିହୀନଙ୍କ ପାଇଁ ଘର ଖଣ୍ଡିଏ ପାଇବା ଥିଲା ସାତ ସପନ କିନ୍ତୁ ଏହି ସ୍ବପ୍ନ ବାସ୍ତବ ରୂପ ନେଇଛି ବରଗଡ଼ ଜିଲ୍ଲା ଆତବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ । ଯେଉଁମାନେ ଦିନେ ଝୁପୁଡି, ମାଟିଘରେ ଶୀତ, ବର୍ଷା, ଖରା ସମୟରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ଏବେ ଆବାସ ଯୋଜନା ଦ୍ୱାରା ସୁନ୍ଦର ସୁନ୍ଦର ଘର ତିଆରି ପରେ ବଦଳିଯାଇଛି ନିଜ ଭାଗ୍ୟ ଏବଂ ବେସ ଖୁସି ଅଛନ୍ତି ହିତାଧିକାରୀ ମାନେ । ବରଗଡ଼ ଜିଲ୍ଲା ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦରେ 182 ଟି ଘର ନିର୍ମାଣ ହୋଇ ଏବେ ହିତାଧିକାରୀଙ୍କ ବହୁ ଦିନର ସ୍ବପ୍ନ ହେଲେ ସାର୍ଥକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଜନାକୁ ପ୍ରଶଂସା କଲେ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।

ରାଜ୍ୟ ସରକାରଙ୍କର ମହାତ୍ମା ଗାନ୍ଧୀ ଯୋଜନା ରେ ଜାଗା ମିଶନ, ପୌରପରିଷଦ ପକ୍ଷରୁ ଭୂମିହୀନ ପରିବାରଙ୍କୁ ପଟ୍ଟା ଦେଇ ଜମି ଅଧିକାର ଦେବା ସହ ପକ୍କା ଘର ପାଇଁ ଜଣଙ୍କୁ 2 ଲକ୍ଷ୍ୟ ଟଙ୍କାର ଆର୍ଥିକ ସହାୟତା ଦେଇଛି ସରକାର । ଅତାବିରା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ 1031 ହିତାଧିକାରୀଙ୍କୁ ଚି଼ହ୍ନଟ କରିଥିବା ବେଳେ 265 ହିତାଧିକାରୀଙ୍କୁ ଆବାସ ଘର ମିଳିଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ସାମିଲ କରିବା ସହ ସରକାରଙ୍କ ଲୋକାଭିମୁଖି ଯୋଜନାରେ ଲୋକଙ୍କ ପାଖକୁ ପହଞ୍ଚାଇବୁ ବୋଳି କହିଛନ୍ତି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ । ସହରାଞ୍ଚଳରେ ପକ୍କାଘର ଖଣ୍ଡିଏ ତିଆରି କରିବା ସମସ୍ତଙ୍କ ସ୍ବପ୍ନ, ହେଲେ ଗରିବ ଭୂମିହୀନଙ୍କ ପାଇଁ ଏହି ସ୍ବପ୍ନ କୁ ସାକାର କରିଛି ରାଜ୍ୟସରକାର । ପ୍ରଥମେ ଜାଗା ମିଶନରେ ଜମି ପଟ୍ଟା ଦେଇ ପରେ ଆବାସ ଯୋଜନାରେ ଘର ଦେଇ ଉଦାହରଣ ସାଜିଛି ଅତାବିରା ବିଜ୍ଞାପିତ ପରିଷଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.