ଦାନ ସିନା କମ ହେଲେ କାମ ମହାନ :୪ କିଲୋମିଟର ଭିକ୍ଷା ମାଗି ରୋଜଗାର କରିଥିବା ଟଙ୍କାକୁ କେରଳକୁ କଲେ ଦାନ

କେରଳରେ ଏବେ ଶତାବ୍ଦୀର ସବୁଠାରୁ ପ୍ରଳୟଙ୍କରୀ ବନ୍ୟା ହୋଇଥିବା ବେଳେ କଳାକାରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ନିଜ ସାମର୍ଥ୍ୟ ଅନୁଯାୟୀ ସାହାଯ୍ୟ କରୁଛନ୍ତି । ଏଥିମଧ୍ୟ ଏପରି ଅନେକ ବ୍ୟକ୍ତି କେରଳକୁ ସାହାଯ୍ୟ କରିଛନ୍ତି ଯେଉଁମାନେ ନିଜେ କାହାର ସାହାଯ୍ୟ ଖୋଜୁଛନ୍ତି। ଆଜି ଆମେ ସେହିଭଳି ଜଣେ ବ୍ୟକ୍ତି ମୋହନାଙ୍କ ବିଷୟରେ କହିବାକୁ ଯାଉଛୁ। ସେ ଖୁବ କମ ଟଙ୍କାର କେରଳକୁ ସାହାଯ୍ୟ କରିଥିଲେ ହେଁ ଏହା ପଛର କାହାଣୀ ଶୁଣି ଆପଣଙ୍କ ଆଖିରେ ଲୁହ ପଳାଇଆସିବ।

କିଛି ଦିନ ପୂର୍ବେ କେରଳକୁ ଦାନ କରିଥିବା ଜଣେ ୯ବର୍ଷର ଝିଅ ଏବଂ ୧୨ ବର୍ଷ ଝିଅର ଖବର ଶୁଣିବାକୁ ମିଳିଥିଲା। ସେମାନେ ନିଜର ଆବଶ୍ୟକତା ପାଇଁ ସଞ୍ଚିତ ଅର୍ଥକୁ କେରଳବାସୀଙ୍କୁ ଦେଇଥିଲେ। ତେବେ ଏମାନଙ୍କଠାରୁ ମୋହନାର କାହାଣୀ କିଛି ଭିନ୍ନ।

ନିଶ୍ଚିତ ପଢ଼ନ୍ତୁ: ଭୁଲ ନିଷ୍ପତ୍ତି ଯୋଗୁଁ କେରଳରେ ବନ୍ୟା ହେଲା : ନାସା

ଦୈନିକ ଭିକ୍ଷା ମାଗି ଚାଳୁଥିବା ମୋହନାଙ୍କ ମନରେ କେରଳ ବନ୍ୟା ପୀଡ଼ିତାଙ୍କୁ ଦାନ କରିବାକୁ ମନସ୍ତ କଲେ। ଏନେଇ ସେ ୪କିଲୋମିଟର ଚାଲି ଭିକ ମାଗିମାଗି କୋଟାୟମ ଜିଲ୍ଲାର ଜଣେ ସ୍ଥାନୀୟ ନେତା ଟିଏମ୍ ରାସିଦଙ୍କ ପାଖରେ ପହଞ୍ଚିଥିଲେ। ସେଠାରେ ସେ ପହଞ୍ଚିବା ପରେ ରାସିଦ୍ ତାଙ୍କୁ ଦେଖି ୨୦ ଟଙ୍କା ଦେଇଥିଲେ। କିନ୍ତୁ ମୋହନା ତାଙ୍କଠାରୁ ଟଙ୍କା ନେବାକୁ ମନା କରିଥିଲେ। ଏହାପରେ ତାଙ୍କ ବାରଣ୍ଡାରେ ବସି ପାଖରେ ତାଙ୍କ ପାଖରେ ଥିବା ଟଙ୍କା ଗଣିଥିଲେ। ତାହାପରେ ସେ ସମସ୍ତ ଟଙ୍କା ରାସିଦଙ୍କୁ ଦେଇ କହିଥିଲେ ଏହା କେରଳ ମୁଖ୍ୟମନ୍ତ୍ରୀଙ୍କୁ ଦେଇ ଦିଅନ୍ତୁ ମୁଁ ଜାଣିନାହିଁ କେମିତି ଦିଆଯିବ।

ନିଶ୍ଚିତ ପଢ଼ନ୍ତୁ: ଭୁଲି ଯାଆନ୍ତୁ ମୋଦିଙ୍କୁ : ଗତ ୧୩ ବର୍ଷ ହେବ ଲଗାତାର ବିନା ଛୁଟିରେ କାମ କରୁଛନ୍ତି ଏହି…

ରାସିଦଙ୍କ କହିବା ଅନୁଯାୟୀ, ମୋହନା ପୂର୍ବେ ମହନ୍ତ ଭାବେ କାମ କରୁଥିଲେ। କିନ୍ତୁ ଥରେ ଗୋଟିଏ ହାତୀ ତାଙ୍କ ଗୋଡ଼ ଉପରେ ଚଢ଼ିଯାଇଥିଲା । ଯାହାପରେ ତାଙ୍କ ଗୋଡ଼ ଖରାପ ହୋଇଯାଇଥିଲା। ମୋହନା ସବୁଦାୟ ୯୪ଟଙ୍କା ରାସିଦଙ୍କୁ ଦେଇଥିଲେ। ମୋହନ ଗଲା ପରେ ରାସିଦ୍ ଏହି ଘଟଣା ବିଷୟରେ ଫେସବୁକରେ ପୋଷ୍ଟ କରିଥଲେ। ଏଥିରେ ଦୁଃଖି ଲୋକଙ୍କୁ ଅନୁପ୍ରାଣିତ କରିବାକୁ ଚାହିଁଥିଲେ।