Below header

ଦୁନିଆର ସବୁଠାରୁ ଲମ୍ବା ଥିଲା ଏହି ବ୍ୟକ୍ତିଙ୍କର ନାକ; ୩୦୦ ବର୍ଷ ଭିତରେ ଭାଙ୍ଗିପାରି ନାହିଁ ରେକର୍ଡ!

ଥୋମାସ୍ ୱେଡହାଉସ୍। ୱେଡହାଉସଙ୍କର ରହିଛି ଦୁନିଆର ସବୁଠୁ ଲମ୍ବା ନାକ। ତାଙ୍କ ଫଟୋ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ୱିଟରରେ @pubity ଆକାଉଣ୍ଟରୁ ତାଙ୍କ ଫଟୋ ସେୟାର କରାଯାଇଛି।

ଦୁନିଆରେ ଏମିତି ଅନେକ ଜିନିଷ ଅଛି, ଯାହା ବିଷୟରେ ଆମେ ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥାଉ। ଆପଣ ଆଜି ପର୍ଯ୍ୟନ୍ତ ସବୁଠାରୁ ଲମ୍ବା ପୁରୁଷ, ସବୁଠାରୁ ଲମ୍ବା ମହିଳା ଏବଂ ସବୁଠାରୁ ଲମ୍ବା ପରିବାର ବିଷୟରେ ଶୁଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ଚକିତ ହୋଇଯିବେ। କଥାଟି ହେଲା, ଏହି ବ୍ୟକ୍ତିଙ୍କର ନାକ ହେଉଛି ଦୁନିଆର ସବୁଠାରୁ ଲମ୍ବା ନାକ।

ଆପଣଙ୍କୁ ଆହୁରି ଗୋଟିଏ କଥା ଆଶ୍ଚର୍ଯ୍ୟ ଲାଗିବ ଯେ ୩୦୦ ବର୍ଷ ପର୍ଯ୍ୟନ୍ତ କେହି ତାଙ୍କ ରେକର୍ଡ ଭାଙ୍ଗିପାରି ନାହାନ୍ତି। ଏହା ଗିନିଜ ବୁକ୍‌ରେ ମଧ୍ୟ ରେକର୍ଡ କରିଛି। ଏହି ବ୍ୟକ୍ତି ଏତେ ଲୋକପ୍ରିୟ ଯେ ଲଣ୍ଡନର ଏକ ସଂଗ୍ରହାଳୟରେ ତାଙ୍କର ମହମ ପ୍ରତିମୂର୍ତ୍ତି ତିଆରି କରାଯାଇଛି।

ଏହି ବ୍ୟକ୍ତିଙ୍କ ନାମ ହେଉଛି ଥୋମାସ୍ ୱେଡହାଉସ୍। ୱେଡହାଉସଙ୍କର ଥିଲା ଦୁନିଆର ସବୁଠୁ ଲମ୍ବା ନାକ। ତାଙ୍କ ଫଟୋ ପୁଣିଥରେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଟ୍ୱିଟରରେ @pubity ଆକାଉଣ୍ଟରୁ ତାଙ୍କ ଫଟୋ ସେୟାର କରାଯାଇଛି।

ଏହା ସହିତ ତାଙ୍କ ବିଷୟରେ ସମସ୍ତ ସୂଚନା ମଧ୍ୟ ସେୟାର କରାଯାଇଛି। ରିପୋର୍ଟ ଅନୁସାରେ, ଥୋମାସ୍ ଅଷ୍ଟାଦଶ ଶତାବ୍ଦୀର ଜଣେ ସର୍କସ୍ କଳାକାର ଥିଲେ। ସେ ୧୭୭୦ ଦଶକ ସମୟରେ ଇଂଲଣ୍ଡରେ ରହୁଥିଲେ। ତାଙ୍କର ନାକ ଥିଲା ବିଶ୍ୱର ସବୁଠାରୁ ଲମ୍ବା ନାକ। ଆଉ ଏହି ରେକର୍ଡକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରି ନାହାନ୍ତି। ଥୋମାସ୍‌ଙ୍କ ନାକର ଲମ୍ବ ଥିଲା ୭.୫ ଇଞ୍ଚ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.