ମିମିକ୍ରୀ ଆର୍ଟିଷ୍ଟ୍‍ ଶ୍ୟାମ ରଙ୍ଗିଲା ଭରିଲେ ୧୧,୦୦୦ ଟଙ୍କା ଜରିମାନା, ପ୍ରଧାନମନ୍ତ୍ରୀଙ୍କ ନକଲ କରିବା ବେଳେ ଉଲ୍ଲଂଘନ କରିଥିଲେ ନିୟମ

ଜଣାଶୁଣା ମିମିକ୍ରୀ ଆର୍ଟିଷ୍ଟ୍‍ ଶ୍ୟାମ ରଙ୍ଗିଲାଙ୍କ ଉପରେ ୧୧,୦୦୦ ଟଙ୍କା ଜରିମାନା ଲାଗିଛି। ଅଭିଯୋଗ ରହିଛି ଯେ ସେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ କରିଛନ୍ତି।

ଜଣାଶୁଣା ମିମିକ୍ରୀ ଆର୍ଟିଷ୍ଟ୍‍ ଶ୍ୟାମ ରଙ୍ଗିଲାଙ୍କ ଉପରେ ୧୧,୦୦୦ ଟଙ୍କା ଜରିମାନା ଲାଗିଛି। ଅଭିଯୋଗ ରହିଛି ଯେ ସେ ଜୟପୁରର ଝାଲାନା ଜଙ୍ଗଲରେ ବନ୍ୟଜନ୍ତୁ ସୁରକ୍ଷା ଆଇନ ଉଲ୍ଲଂଘନ କରିଛନ୍ତି। ଶ୍ୟାମ ରଙ୍ଗିଲା ଚିତାବାଘ ସଫାରିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଙ୍ଗଲ ସଫାରି ଭଳି ଏକ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଆଇନ ଉଲ୍ଲଂଘନ କରିଥିଲେ।

ଏହି କାରଣରୁ ତାଙ୍କୁ ଏକ ନୋଟିସ ପଠାଯାଇଥିଲା। ଏହାପରେ ଶ୍ୟାମ ସୋମବାର ଜୟପୁରର ଆଞ୍ଚଳିକ ବନ ଅଧିକାରୀଙ୍କ କାର୍ଯ୍ୟାଳୟରେ ହାଜର ହୋଇ ଜରିମାନା ରାଶି ଭରିଥିଲେ। ତେବେ ଯଦି ସେ ଠିକ୍ ସମୟରେ ହାଜର ହୋଇ ନ ଥାଆନ୍ତେ, ତା’ ହେଲେ ତାଙ୍କ ବିରୋଧରେ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଥାଆନ୍ତା।

ଅନେକ ଟିଭି ଶୋ’ରେ ନଜର ଆସିଥିବା ରାଜସ୍ଥାନର କମେଡିଆନ ତଥା ମିମିକ୍ରୀ ଆର୍ଟିଷ୍ଟ ଶ୍ୟାମ ରଙ୍ଗିଲା ଜୟପୁରର ଝାଲାନା ଜଙ୍ଗଲରେ ଏପ୍ରିଲ ୧୩ରେ ଏକ ଭିଡିଓ ସୁଟ୍‌ କରିଥିଲେ। ପ୍ରଧାନମନ୍ତ୍ରୀଙ୍କର କର୍ଣ୍ଣାଟକର ମୁଦୁମଲାଇ ଏବଂ ବାନ୍ଦିପୁର ଟାଇଗର ରିଜର୍ଭ ଗସ୍ତର ନକଲ କରି ସେ ଏହି ଭିଡିଓଟିକୁ ସୁଟ୍‌ କରିଥିଲେ।

ଭିଡିଓରେ ଶ୍ୟାମ ଜଙ୍ଗଲରେ ଗାଡ଼ିରୁ ଓହ୍ଲାଇ ବନ୍ୟପ୍ରାଣୀ ନୀଳଗାଈକୁ ଖାଦ୍ୟ ଖାଉଥିବା ନଜର ଆସିଥିଲେ, ଯାହା ବନ ଅଧିନିୟମ ୧୯୫୩ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ୧୯୭୨ର ଉଲ୍ଲଂଘନ ଥିଲା। ଜଙ୍ଗଲରେ ଚେତାବନୀ ବୋର୍ଡ ଲଗାଯାଇଥିବା ସତ୍ତ୍ୱେ ସେ ନୀଳଗାଈକୁ ଖାଦ୍ୟ ଖୁଆଇଥିଲେ, ଯାହାପରେ ତାଙ୍କୁ ଏ ନେଇ ନୋଟିସ୍‌ ପଠାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.