ଅଜିତ୍ ପାଓ୍ଵାର ଏନ୍ସିପି ଭାଙ୍ଗି ଦେଇଛନ୍ତି: ଶରଦ ପାଓ୍ଵାର

ମହାରାଷ୍ଟ୍ର : ଏନ୍ସିପିରେ ଫାଟ । ଏନ୍ସିପି ମୁଖ୍ୟ ଶରଦ ପାଓ୍ଵାର ଟ୍ଵିଟ୍ କରି କହିଛନ୍ତି, ଏହା ଅଜିତ୍ ପାଓ୍ଵାରଙ୍କ ନିଜସ୍ୱ ମତ । ଏନ୍ସିପି ଅଜିତ ପାଓ୍ଵାରଙ୍କ ନିଷ୍ପତ୍ତକୁ ସମର୍ଥନ କରୁନାହିଁ । ଶରଦ ପାଓ୍ଵାର କହିଛନ୍ତି, ଅଜିତ ପାଓ୍ଵାର ଏନ୍ସିପି ଭାଙ୍ଗି ଦେଇଛନ୍ତି । ଅଜିତ ପାଓ୍ଵାରଙ୍କ ନିଷ୍ପତ୍ତି ବିରୋଧରେ ଏନ୍ସିପି ଲଢେଇ କରିବ ବୋଲି ଶରଦ ପାଓ୍ଵାର କହିଛନ୍ତି ।