ବାଥରୁମ୍ କାମ କରିବା ପାଇଁ ପାଇପ୍ ମିସ୍ତ୍ରୀଙ୍କୁ ଘରକୁ ଡାକିଥିଲେ ଏହି ବ୍ୟକ୍ତି, ସିସିଟିଭି ଫୁଟେଜ୍ ଦେଖିଲା ପରେ ଉଡିଗଲା ହୋସ୍

ଇଂଲଣ୍ଡରେ ରହୁଥିବା ମାଇକେଲ ଓ୍ଵିଲିୟମ୍ସ ନାମକ ବ୍ୟକ୍ତି ନିଜର ଜଣେ ଚିହ୍ନା ପରିଚିତ ପାଇପ୍ ମିସ୍ତ୍ରୀଙ୍କୁ ଘରେ କାମ କରିବାକୁ ଡାକିଥିଲେ। କିନ୍ତୁ ଏହି ସମୟରେ ମାଇକେଲ ଏବଂ ତାଙ୍କ ପରିବାର ବାହାରକୁ ଛୁଟି କଟାଇବାକୁ ଯାଇଥିଲେ। ଯେବେ ସେମାନେ ଘରକୁ ଫେରିଥିଲେ, ଘରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଚେକ୍ କରିବା ପରେ ମାଇକେଲଙ୍କ ହୋସ୍ ଉଡ଼ିଯାଇଥିଲା।
ମିଡିଆ ରିପୋର୍ଟରୁ ଜଣାପଡ଼ିଛି, ବ୍ୟକ୍ତି ଜଣକ ଯେଉଁ ପାଇପ୍ ମିସ୍ତ୍ରୀଙ୍କୁ ଘରେ କାମ କରିବାକୁ ଡାକିଥିଲେ, ସେ ଜଣେ ବିବାହିତା ମହିଳାଙ୍କ ସହ ତାଙ୍କ ଘରେ ହିଁ ଶାରୀରିକ ସମ୍ପର୍କ ବନାଇଥିଲେ। ଆଉ ଏହା କ୍ୟାମେରାରେ କଏଦ ହୋଇଯାଇଥିଲା। ଚଳିତ କଲା ଭଳି ଏହି ଘଟଣା ଇଂଲଣ୍ଡର କେଣ୍ଡଲରେ ଘଟିଛି।
ପାଇପ୍ ମିସ୍ତ୍ରୀ ମାଇକ୍ ଓ୍ଵିଲସନଙ୍କୁ ମାଇକେଲ ତାଙ୍କ ବାଥ୍ରୁମରେ କାମ କରିବା ପାଇଁ ପୂର୍ବରୁ ମଜୁରୀ ଦେଇଥିଲେ। ମାଇକ୍ ଯେବେ ତାଙ୍କ ଘରେ ପହଞ୍ଚିଥିଲେ, ସେହି ସମୟରେ ମାଇକେଲ ପରିବାର ସହ ମିଶି ତୁର୍କୀରେ ଛୁଟି କଟାଇବାକୁ ଯାଇଥିଲେ, ଯାହାର ଫାଇଦା ଉଠାଇ ପାଇପ୍ ମିସ୍ତ୍ରୀ ଘରକୁ ଦୂରୁପଯୋଗ କରିଥିଲେ ଏବଂ ମାଇକେଲଙ୍କ ଭରସା ଭାଙ୍ଗିଥିଲେ।
ଘର ମାଲିକ ଓ୍ଵିଲିୟମ୍ସ ପ୍ଲମ୍ବରର ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ କହିଥିଲେ, ସେମାନେ ସୋଫାକୁ ଆଉ ଘରେ ରଖିପାରିବେ ନାହିଁ। କାରଣ, ତାହାକୁ ପାଇପ୍ ମିସ୍ତ୍ରୀ ବ୍ୟବହାର କରିଥିଲେ। ସେ ଉକ୍ତ ମହିଳାଙ୍କ ସ୍ୱାମୀଙ୍କୁ ମଧ୍ୟ ତାଙ୍କ ଅଶ୍ଳୀଳ ଭିଡିଓ ପଠାଇ ଦେଇଛନ୍ତି, ଯଦ୍ଦ୍ଵାରା ତାଙ୍କ ସ୍ୱାମୀ ଜାଣିପାରନ୍ତୁ ଯେ ସ୍ତ୍ରୀ ତାଙ୍କୁ ଧୋକା ଦେଉଛନ୍ତି। ସେପଟେ ପ୍ଲମ୍ବରର କହିବା ହେଲା, ସେ ଘର ମାଲିକଙ୍କ ସାଙ୍ଗ। ଭିଡିଓକୁ ପବ୍ଲିକ କରିବା ପୂର୍ବରୁ ଓ୍ଵିଲିୟମ୍ସ କାହିଁକି ତାଙ୍କୁ ସମ୍ପର୍କ କରି ନ ଥିଲେ।
ଏହାସହ ପଢ଼ନ୍ତୁ: ଏହି ବିଲ୍ଡରଙ୍କର ଅଛନ୍ତି ୧୨୦ ସ୍ତ୍ରୀ! ଯେଉଁଠି ବନାନ୍ତି ଘର, ସେଇଠି କରନ୍ତି ବିବାହ
ଓ୍ଵିଲିୟମ୍ସ ଘରେ ବହୁତ ଛୋଟ କ୍ୟାମେରା ଲଗେଇଥିଲେ। ପ୍ରଥମ ନଜରରେ ଏହି କ୍ୟାମେରା କାହାକୁ ଦେଖାଯାଉ ନ ଥିଲା। ଏଥିରେ ପ୍ଲମ୍ବରର ସମସ୍ତ ଆକ୍ଟିଭିଟି ରେକର୍ଡ ହୋଇଯାଇଛି। ଅନ୍ୟପକ୍ଷରେ ମହିଳା ଜଣକ ଅଭିଯୋଗ କରିଥିଲେ ଯେ କାହାଣୀ ଶେୟାର କରି ଘର ମାଲିକ ତାଙ୍କ ବୈବାହିକ ଜୀବନକୁ ବରବାଦ୍ କରିଦେଇଛନ୍ତି।