କରୋନାରେ ମାରିବାକୁ ମିଳିଲା ଧମକପୂର୍ଣ୍ଣ ଚିଠି, ଲେଖାଯାଇଛି “ମୌଲାନା ଆକବର କାହାକୁ ଜୀବିତ ଛାଡ଼ିବେନି”

କରୋନା ଭାଇରସକୁ ନେଇ କୌଣସି ଗୁଜବକୁ ବରଦାସ୍ତ କରାଯିବ ନାହିଁ ବୋଲି ସରକାରଙ୍କ ତରଫରୁ କଡ଼ାକଡ଼ି ଭାବେ କୁହାଯାଇଛି, ତଥାପି କିଛି ଅସାମାଜିକ ବ୍ୟକ୍ତି ଏନେଇ ଲୋକଙ୍କୁ ଡରାଉଥିବା ଦେଖିବାକୁ ମିଳିଛି। ଗୁରୁଦାସପୁରରେ ଏଭଳି ଘଟଣା ସାମ୍ନାକୁ ଆସିଛି।

punjab

 

କିଛିଦିନ ତଳେ ଏହି ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ କରୋନା ସଂକ୍ରମଣ ଯୋଗୁ ହୋଇଥିବାରୁ ଲୋକମାନେ ଭୟଭୀତ ଅଛନ୍ତି। ଏଭଳି ସ୍ଥିତିରେ କେହି ଦୁର୍ବୃତ୍ତ ମୌଲାନା ଆକବରଙ୍କ ନାଁରେ ଧମକପୂର୍ଣ୍ଣ ଚିଠି ଲେଖି ଗାଁ ଲୋକଙ୍କୁ ଡରାଇଥିବା ଦେଖାଯାଇଛି। ଏହି ଘଟଣା ପରେ ଗାଁ ଲୋକେ ଭୟଭୀତ ଥିବା ଦେଖିବାକୁ ମିଳିଛି।

corona

ପଞ୍ଜାବୀ ଭାଷାରେ ଲିଖିତ ଏହି ଚିଠିରେ ଲେଖାଯାଇଛି ଯେ “ମୌଲାନା ଆକବରଙ୍କ ଲୋକମାନେ ଜିଲ୍ଲାକୁ ଆସିଛନ୍ତି। ଲୋକମାନେ ଯେତେ ପହରା ଦେଲେ ବି ସେ ସମସ୍ତଙ୍କ ଗେଟରେ କରୋନା ଲଗାଇଦେଇଛନ୍ତି। ଏବେ ଆଉ କେହି ବଞ୍ଚିବେନି”। ଏନେଇ ଜଣାପଡ଼ିବା ପରେ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଚିଠିକୁ ଜବତ କରିବା ସହ ଗୁରୁଦ୍ୱାରରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ ଆରମ୍ଭ କରିଛନ୍ତି। ଏଥିସହ ଗାଁର ସମସ୍ତ ଘରକୁ ସାନିଟାଇଜ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.