ଦୁର୍ଘଟଣାରେ ଖାଇକୁ ଖସିଲା ଯବାନଙ୍କ ବସ୍‌, ୩ ମୃତ, ୨୬ ଆହତ

ମଧ୍ୟପ୍ରଦେଶର ସିବନୀ ଜିଲ୍ଲାରେ ଏସଏଏଫ ଯବାନଙ୍କୁ ନେଇ ଯାଉଥିବା ବସ୍‌ ଏବଂ କାର ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଯବାନ ଆହତ ହୋଇଛନ୍ତି । ପୋଲିସ ସୂଚନା ମୁତାବକ, ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମହାରାଷ୍ଟ୍ର ନାଗପୁର ପଠାଯାଇଛି ।

ମଧ୍ୟପ୍ରଦେଶର ସିବନୀ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଏଠାରେ ଏସଏଏଫ ଯବାନଙ୍କୁ ନେଇ ଯାଉଥିବା ବସ୍‌ ଏବଂ କାର ଧକ୍କା ହେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଯବାନ ଆହତ ହୋଇଛନ୍ତି । ପୋଲିସ ସୂଚନା ମୁତାବକ, ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମହାରାଷ୍ଟ୍ର ନାଗପୁର ପଠାଯାଇଛି ।

ସୂଚନା ମୁତାବକ, ମଧ୍ୟପ୍ରଦେଶର ସିବନୀ ମଣ୍ଡଲା ରାଜ୍ୟ ରାଜପଥର ଧନଗଢା ଗାଁ ନିକଟରେ ରାତି ୧ଟାରେ ଏହି ଦୁର୍ଘଟଣା ହୋଇଛି । କେଓ୍ଵଲାରୀ ପୋଲିସ ଥାନା ଅଧିକାରୀ ଚୈନ ସିଂ କହିଛନ୍ତି, ରାଜ୍ୟ ପୋଲିସର ଏସଏଏଫ ୩୫ ବାଟାଲିୟନ ଯବାନକୁ ବସରେ ମଣ୍ଡଲାରୁ ପାଢୁର୍ଣ୍ଣା ନେଇ ଯାଇଥିବା ବେଳେ କାର ସହିତ ଧକ୍କା ହୋଇଥିଲା । କାରରେ ଡ୍ରାଇଭର ସମେତ ୫ ଜଣ ଯାତ୍ରୀ ରହିଥିଲେ । ଦୁର୍ଘଟଣାରେ ୩ ଜଣ କାରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଯବାନ ଆହତ ହୋଇଛନ୍ତି । ତେବେ ମୃତକଙ୍କ ପରିଚୟ ମିଳିଛି । ସେମାନଙ୍କ ଘର ମଣ୍ଡଲା ବୋଲି ଜଣାପଡିଛି ।

ତେବେ ଦୁର୍ଘଟଣାରେ ଆହତ ହୋଇଥିବା ସମସ୍ତଙ୍କ ଚିକିତ୍ସା ଚାଲିଛି । ଜଣେ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କୁ ନାଗପୁରକୁ ରେଫର କରାଯାଇଛି । ଏହି ଘଟଣାର ଯାଞ୍ଚ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.