ଓଜନ ବଢିବାକୁ ନେଇ ଚିନ୍ତିତ ଅଛନ୍ତି କି ? ଡାଏଟ୍ରେ ସାମିଲ କରନ୍ତୁ ଏହି ୫ଟି ଫଳ, ମିଳିବ ଅନେକ ଫାଇଦା
ଗ୍ରୀଷ୍ମ ସମୟରେ ଆପଣ ସହଜରେ ଓଜନ କମ୍ କରିପାରିବେ । ଏହାର ମୁଖ୍ୟ କାରଣ ହେଉଛି କମ୍ ଭୋକ ଏବଂ ଅଧିକ ଶୋଶ ଲାଗିବା । ଏହି ସମୟରେ ଦିନସାରା ଲୋକଙ୍କୁ ଖାଇବାକୁ ମନ ହୋଇନଥାଏ ବରଂ କେବଳ କିଛି ତରଳ ଜିନିଷ ପିଇବାକୁ ଇଚ୍ଛା ହୋଇଥାଏ । ତେବେ ଓଜନ କମ୍ କରିବରେ ଡାଏଟ୍ ଏହା ଏକ ଜରୁରୀ ଜିନିଷ ହୋଇଥାଏ । ସେଥିପାଇଁ ଆପଣ ନିଜ ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୂକ୍ତ କରନ୍ତୁ ଯାହା ଶୀଘ୍ର ଓଜନ କମ୍ କରିବାରେ ସାହାଯ୍ୟ କରେ ।

ଆଜିକାଲି ପ୍ରାୟତଃ ଲୋକମାନେ ନିଜ ଓଜନ ବଢିବାକୁ ନେଇ ଚିନ୍ତିତ ରହୁଛନ୍ତି । ତେବେ ଗ୍ରୀଷ୍ମ ସମୟରେ ଆପଣ ସହଜରେ ଓଜନ କମ୍ କରିପାରିବେ । ଏହାର ମୁଖ୍ୟ କାରଣ ହେଉଛି କମ୍ ଭୋକ ଏବଂ ଅଧିକ ଶୋଶ ଲାଗିବା । ଏହି ସମୟରେ ଦିନସାରା ଲୋକଙ୍କୁ ଖାଇବାକୁ ମନ ହୋଇନଥାଏ ବରଂ କେବଳ କିଛି ତରଳ ଜିନିଷ ପିଇବାକୁ ଇଚ୍ଛା ହୋଇଥାଏ । ତେବେ ଓଜନ କମ୍ କରିବରେ ଡାଏଟ୍ ଏହା ଏକ ଜରୁରୀ ଜିନିଷ ହୋଇଥାଏ । ସେଥିପାଇଁ ଆପଣ ନିଜ ଖାଦ୍ୟରେ ଏପରି ଜିନିଷ ଅନ୍ତର୍ଭୂକ୍ତ କରନ୍ତୁ ଯାହା ଶୀଘ୍ର ଓଜନ କମ୍ କରିବାରେ ସାହାଯ୍ୟ କରେ । ଏଥିପାଇଁ ଗ୍ରୀଷ୍ମ ଋତୁରେ ଆସୁଥିବା ଫଳଗୁଡିକ ନିଜ ଡାଏଟ୍ରେ ଅନ୍ତର୍ଭୁକ୍ତ କରନ୍ତୁ । ଏହି ଫଳଗୁଡ଼ିକରେ ପ୍ରଚୁର ଜଳ ଥାଏ, ଯେଉଁଥିପାଇଁ ପେଟ ସହଜରେ ପୂର୍ଣ୍ଣ ହୋଇଯାଏ ଏବଂ ଏହା ଫାଇବରରେ ଭରପୂର ରହିଥାଏ, ଯାହାଫଳରେ ଜଣେ ବ୍ୟକ୍ତି ଅଧିକ ସମୟ ପର୍ଯ୍ୟନ୍ତ ଭୋକିଲା ଅନୁଭବ କରେ ନାହିଁ । ଏହି ଫଳଗୁଡିକ ଗ୍ରୀଷ୍ମ ସମୟରେ ଆପଣଙ୍କର ଓଜନ କମ୍ କରିବାରେ ସାହାଯ୍ୟ କରିବ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ସମୟରେ କେଉଁ ସବୁ ଫଳ ନିଜ ଡାଏଟ୍ରେ ଅନ୍ତର୍ଭୁକ୍ତ କରିବେ ।
ତରଭୁଜ : ତରଭୁଜ ଗ୍ରୀଷ୍ମ ଋତୁରେ ବହୁତ ପରିମାଣରେ ମିଳିଥାଏ । ସେଥିପାଇଁ ଆପଣ ନିଜ ଖାଦ୍ୟରେ ତରଭୁଜ ଅନ୍ତର୍ଭୂକ୍ତ କରିବା ଜରୁରୀ ହୋଇଥାଏ । ତରଭୁଜ ଓଜନ କମ୍ କରାଇବାରେ ସାହାଯ୍ୟ କରିଥାଏ । ତେବେ ତରଭୁଜ ପାଣି ଏବଂ ଫାଇବରରେ ଭରପୂର ହୋଇଥାଏ । ଏହା ପେଟକୁ ବହୁତ ଶୀଘ୍ର ପୂରା କରେ ଏବଂ ଶରୀରକୁ ବହୁତ କମ୍ କ୍ୟାଲୋରୀ ଯୋଗାଇଥାଏ । ପାଣିରେ ଭରପୂର ହୋଇ ତରଭୁଜ ଶରୀରକୁ ବହୁତ ସମୟ ପର୍ଯ୍ୟନ୍ତ ହାଇଡ୍ରେଟ୍ ରଖେ । ଏହା ଆପଣଙ୍କୁ ଅତ୍ୟଧିକ ଖାଇବା ଏବଂ ଜଙ୍କ ଫୁଡ୍ ଠାରୁ ଦୂରେଇ ରଖିଥାଏ ।
ଖରଭୁଜ : ଓଜନ କମ୍ କରିବାକୁ ଚାହୁଁଥିଲେ ଆପଣ ନିଜ ଖାଦ୍ୟରେ ଖରଭୁଜ ଅନ୍ତର୍ଭୁକ୍ତ କରନ୍ତୁ । ଗ୍ରୀଷ୍ମ ଋତୁରେ ଖରଭୁଜ ଖାଇବା ଦ୍ୱାରା ଓଜନ କମ୍ ହେବାରେ ସାହାଯ୍ୟ କରିଥାଏ । ତେବେ ଖରଭୁଜରେ କମ୍ କ୍ୟାଲୋରୀ ଏବଂ ଅଧିକ ଜଳର ପରିମାଣ ଥାଏ । ଏପରି ପରିସ୍ଥିତିରେ ପାଣିରେ ଭରପୂର ଫଳ ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ପେଟ ଫୁଲ୍ ରହିଥାଏ । ଏହା ଭୋକକୁ ନିୟନ୍ତ୍ରଣରେ ରଖେ । ଖରଭୁଜରେ ଫାଇବର ଥାଏ ଯାହା ହଜମ ଶକ୍ତିକୁ ଭଲ କରିଥାଏ ।
ଅମୃତଭଣ୍ଡା : ଗ୍ରୀଷ୍ମ ଋତୁରେ ଅମୃତଭଣ୍ଡା ପ୍ରଚୁର ପରିମାଣରେ ଉପଲବ୍ଧ ହୋଇଥାଏ । ଏହା ଆପଣଙ୍କ ଓଜନ କମ୍ କରାଇବାରେ ସାହାଯ୍ୟ କରିଥାଏ । ସେଥିପାଇଁ ଆପଣ ନିଜ ଖାଦ୍ୟରେ ଅମୃତଭଣ୍ଡା ଅନ୍ତର୍ଭୂକ୍ତ କରିପାରିବେ । ଏହିପରି ପୋଷକ ତତ୍ତ୍ୱ ଅମୃତଭଣ୍ଡାରେ ମିଳିଥାଏ ଯାହା ଓଜନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ । ତେବେ ଅମୃତଭଣ୍ଡା ଖାଇବା ଦ୍ୱାରା ଏହା ଶରୀରକୁ ଅଧିକ ଫାଇବର ଏବଂ କମ୍ କ୍ୟାଲୋରୀ ଯୋଗାଏ । ଅମୃତଭଣ୍ଡା ଖାଇବା ହଜମ ଶକ୍ତିକୁ ଭଲ କରେ ଏବଂ ଶରୀର ଫୁଲିଥିଲେ କମ୍ କରେ ।
କିୱି : ଖଟା ଫଳ କିୱି ଗ୍ରୀଷ୍ମ ଋତୁରେ ପ୍ରଚୁର ପରିମାଣରେ ମିଳିଥାଏ । ଭିଟାମିନ୍ Cରେ ଭରପୂର କିୱି ମଧ୍ୟ ଓଜନ କମ୍ କରିବାରେ କାମ କରିଥାଏ । କିୱିରେ ଭିଟାମିନ୍ K, ଫୋଲେଟ୍ ଏବଂ ଫାଇବର ଥାଏ ଯାହା ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ । ଗୋଟିଏ ଗବେଷଣାରୁ ଜଣାପଡିଛି ଯେ, ଯେଉଁମାନେ ନିୟମିତ ଭାବେ କିୱି ଖାଉଛନ୍ତି, ସେମାନଙ୍କର ବିପି ଏବଂ ଅଣ୍ଟାର ସାଇଜ୍ କମ୍ ହୋଇଥାଏ ।
କାକୁଡି : ଗ୍ରୀଷ୍ମ ସମୟରେ କାକୁଡି ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ତେବେ କାକୁଡି ଖାଇବା ଦ୍ୱାରା ପେଟ ସହଜରେ ଭରିଯାଏ ଏବଂ ହଜମ ଶକ୍ତି ମଧ୍ୟ ଭଲ ହୋଇଥାଏ । ଆପଣ ସାଲାଡ ଆକାରରେ କାକୁଡି ଖାଇପାରିବେ । ଗ୍ରୀଷ୍ମ ସମୟରେ କାକୁଡି ଖାଇବା ଦ୍ୱାରା ଡିହାଇଡ୍ରେସନ୍ ହୁଏ ନାହିଁ । ଖାଇବା ପୂର୍ବରୁ ୧ କାକୁଡି ଖାଇବା ଆପଣଙ୍କୁ କମ୍ ଭୋକିଲା ଅନୁଭବ କରିବାରେ ସାହାଯ୍ୟ କରେ । କାକୁଡି ହଜମ ହେବାକୁ ମଧ୍ୟ ସମୟ ନେଇଥାଏ, ଯାହା ଆପଣଙ୍କୁ ଅତ୍ୟଧିକ ଖାଇବା ଠାରୁ ଦୂରେଇବାରେ ସାହାଯ୍ୟ କରିଥାଏ ।
ସେଥିପାଇଁ ଯଦି ଆପଣ ଖରା ଦିନରେ ନିଜର ଓଜନ କମ୍ କରିବାକୁ ଚାହୁଁଛନ୍ତି, ତାହେଲେ ଆପଣ ନିଜ ଡାଏଟରେ ଏହି ସବୁ ଜିନିଷ ସାମିଲ କରିବା ଉଚିତ । ଯାହା ଫଳରେ ଆପଣଙ୍କ ଓଜନ ମଧ୍ୟ କମ୍ ହେବ ଏବଂ ହାଇଡ୍ରେଟ୍ ମଧ୍ୟ ରହିବେ ।