ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର। ଶ୍ରୀନଗରର ପାନ୍ଥା ଛକର ଗୋମାଣ୍ଡର ମୋହଲ୍ଲାରେ ଘଟିଛି ଏହି ଏନକାଉଣ୍ଟର। ଗତକାଲି ରାତିରେ ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଆତଙ୍କୀ ନିହତ । ସୂଚନା ମୁତାବକ, ଗତ ୨୪ ଘଣ୍ଟା ଭିତରେ ୯ ଆତଙ୍କୀବାଦଙ୍କର ନିହତ ହୋଇଥିବା ଜଣାପଡିଛି। ଏହା ପୂର୍ବରୁ ଦକ୍ଷିଣ କଶ୍ମୀରର ଦୁଇଟି ଜିଲ୍ଲାରେ ୬ ଆତଙ୍କୀ ନିପାତ ହୋଇଥିଲେ। ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛି କଶ୍ମୀର ଜୋନ୍ ପୋଲିସ୍ ।

ଗୁରୁବାର ରାତିରେ ଶ୍ରୀନଗରରେ ସର୍ଚ୍ଚ ଅପରେସନ୍ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳିବିନିମୟ ହୋଇଥିଲା। ଏଥିରେ ତିନି ଆତଙ୍କୀ ନିହତ ହୋଇଥିବା ବେଳେ ଚାରିଜଣ ଯବାନ୍ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ତିନିଜଣ ପୁଲିସ୍ କର୍ମୀ ଓ ଜଣେ ସିଆରପିଏଫ୍ ଯବାନ ଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏନକାଉଣ୍ଟର ପରେ ବିପୁଳ ପରିମାଣର ମାରଣାସ୍ତ୍ର, ବନ୍ଧୁକ ଜବତ କରାଇଛି। ଏବେବି ସେଠାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।