ଗର୍ଭାବସ୍ଥା ସମୟରେ କାହିଁକି ମହିଳାଙ୍କର ଝଡେ କେଶ ? ଜାଣନ୍ତୁ ଏପରି ହେବା ପଛର ପ୍ରକୃତ କାରଣ

ସବୁ ମହିଳାଙ୍କ ପାଇଁ ଗର୍ଭାବସ୍ଥା ସମୟ ବହୁତ ଖାସ୍‌ ହୋଇଥାଏ। କାହିଁକିନା ଏହି ସମୟରେ ବହୁତ ପ୍ରକାର ଶାରୀରିକ ଏବଂ ମାନସିକ ପରିବର୍ତ୍ତନ ଦେଖିବାକୁ ମିଳେ। ପ୍ରେଗନାନ୍ସୀ ସମୟରେ କେବଳ ଶରୀରରେ ପରିବର୍ତ୍ତନ ହୋଇନଥାଏ ବରଂ ଅନେକ ମହିଳାଙ୍କର କେଶ ମଧ୍ୟ ଝଡିଥାଏ। କିନ୍ତୁ ଡାକ୍ତରଙ୍କ କହିବାନୁଯାୟୀ ଏହି ସମୟରେ କେବଳ ୧୦ ପ୍ରତିଶତ କେଶ ହିଁ ଝଡିଥାଏ। ଏହି ପ୍ରକ୍ରୀୟା ପ୍ରତି ଦୁଇ ରୁ ତିନି ମାସରେ ହାଇଥାଏ ଏବଂ ଝଡିଥିବା କେଶ ଯାଗାରେ ନୂଆ କେଶ ଉଠିଥାଏ।

ଯଦିଓ ଗର୍ଭାବସ୍ଥା ସମୟରେ ମହିଳାଙ୍କର କେଶ ଝଡିବ ସମସ୍ୟା ଅଧିକ ହୋଇଥାଏ। ଡାକ୍ତରଙ୍କ କହିବା ମୁତାବକ ମହିଳାଙ୍କ ଠାରେ ଏହି ସମସ୍ୟା ତିନି ମାସରେ ହିଁ ହୋଇଥାଏ ଏବଂ ଡେଲିଭରୀ ପରେ ମଧ୍ୟ କିଛି ମାଦ ପର୍ଯ୍ୟନ୍ତ କେଶ ଝଡିବା ସମସ୍ୟା ଜାରି ରହିଥାଏ। ଏମିତି ତ ଗର୍ଭାବସ୍ଥା ସମୟରେ ହର୍ମୋନ୍ସରେ ପରିବର୍ତ୍ତନ କାରଣରୁ ଏହି ସମସ୍ୟା ଦେଖାଯାଏ କିନ୍ତୁ ଏପରି ହେବାର ଆହୁରି ଅନେକ କାରଣ ରହିଛି। ତେବେ ଜାଣନ୍ତୁ ପ୍ରେଗନାନ୍ସୀ ସମୟରେ କାହିଁକି କେଶ ଝଡିଥାଏ ଏବଂ ଏଥିରୁ ରକ୍ଷା ପାଇବାର ଉପାୟ।

ଶରୀରରେ ଥାଇରଏଡର ଅଭାବ

କେଶର ରୂଖାପଣ ପାଇଁ ଥାଇରଏଡ ହର୍ମୋନ୍‌ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗର୍ଭାବସ୍ଥା ସମୟରେ ମହିଳାଙ୍କ ଠାରେ ଏହି ହରମୋନ କମ୍‌ ହୋଇଯାଏ, ଯେଉଁ କାରଣରୁ କେଶ ଝଡିବା ସମସ୍ୟା ହୋଇଥାଏ।

HAIRପୋଷକ ତତ୍ତ୍ୱର ଅଭାବ

ଗର୍ଭବତୀ ମହିଳାଙ୍କୁ ଅଧିକ ପୋଷଣର ଆବଶ୍ୟକତା ରହିଛି। ପ୍ରେଗନାନ୍ସୀ ସମୟରେ ମହିଳାଙ୍କ ଠାରେ ଆଇରନ୍‌, ଜିଙ୍କ ଏବଂ ଫଲିକ୍‌ ଏସିଡ ଭଳି ପୋଷକ ତତ୍ତ୍ୱର ଅଭାବ ରହିବା କାରଣରୁ କେଶ ଝଡିବା ସମସ୍ୟା ହୋଇପାରେ।

ଆନୁବଂଶିକ କାରକ

କିଛି ମହିଳାଙ୍କ ଠାରେ ଆନୁବଂଶିକ କାରକ କାରଣରୁ ମଧ୍ୟ କେଶ ଝଡିବା ସମସ୍ୟା ହୋଇପାରେ। ଯଦି ଆପଣଙ୍କ ମାଆ, ଜେଜେ ମା କିମ୍ବା ଆଈ ପ୍ରେଗନାନ୍ସୀ ସମୟରେ ଏହିଭଳି ସମସ୍ୟାକୁ ସାମ୍ନା କରିଥିଲେ ତାହେଲେ ଆପଣଙ୍କ ଉପରେ ବି ଏହାର ପ୍ରଭାବ ପଡିପାରେ।

କେଶ ଝଡିବା ସମସ୍ୟାରୁ ମୁକ୍ତି ଦେବ ଏହି ଉପାୟ

ପ୍ରେଗନାନ୍ସୀ ମହିଳାଙ୍କୁ କେଶ ଝଡିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ ନଡିଆ ତେଲକୁ ହାଲକା ଉଷୁମ କରି ତାକୁ ମୁଣ୍ଡରେ ମାଲିସ କରନ୍ତୁ। ପ୍ରାୟ ୧୫ ରୁ୨୦ ମିନିଟ୍‌ ପର୍ଯ୍ୟନ୍ତ ଏପରି କରିବା ଉଚିତ। ସପ୍ତାହରେ ତିନି ଥର ଏହି ମାଲିସ ଆପଣ କରିପାରିବେ। ନିୟମିତ ଭାବରେ ଏହି ଉପାୟ ଆପଣେଇବା ଦ୍ୱାରା ଆପଣଙ୍କୁ କିଛି ଦିନରେ ଫରକ ଦେଖିବାକୁ ମିଳିବ।
ଆଲେଭେରା ଜେଲ ସ୍କାଲପ ଉପରେ ଲଗାଇ ୧୦ ମିନିଟ ପର୍ଯ୍ୟନ୍ତ ମସାଜ କରନ୍ତୁ। ଏହାପରେ ୧୫ ମିନିଟ ପାଇଁ କେଶକୁ ଏପରି ଛାଡି ଦିଅନ୍ତୁ। ପରେ କେଶକୁ ସାମ୍ପୁରେ ଧୋଇଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.