ବୁର୍ଖା ପିନ୍ଧି ଫିଲ୍ମ ଦେଖିବାକୁ ସିନେମା ହଲରେ ପହଞ୍ଚିଲେ ସାଉଥ ସିନେମାର ଅଭିନେତ୍ରୀ ସାଇ ପଲ୍ଲବୀ, ସାମ୍ନାକୁ ଆସିଲା ଭିଡିଓ

ସିନେମା ଦେଖିବାକୁ କେବଳ ସାଧରଣ ଲୋକ ଦିୱାନା ନୁହଁନ୍ତି ବରଂ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଖୁବ୍ ସିନେମା ପ୍ରେମୀ ହୋଇଥାନ୍ତି । ଲୋକ ମାନଙ୍କ ଠାରୁ ମିଳୁଥିବା ଏହି ପ୍ରେମ ସେଲିବ୍ରେଟମାନଙ୍କୁ ଅଭିନେତା ହେବାକୁ ପ୍ରେରଣା ଦେଇଥାଏ ଏବଂ ସେଲେବ୍ ମାନଙ୍କୁ ଫିଲ୍ମ ଆଡ଼କୁ ଆକର୍ଷିକ କରିଥାଏ। ସେଲିବ୍ରେଟି ହୋଇ ସାଧାରଣ ଦର୍ଶକ ମାନଙ୍କ ପରି ଥିଏଟରକୁ ଯାଇ ଫିଲ୍ମ ଦେଖିବା ପାଇଁ ସକ୍ଷମ ନୁହଁନ୍ତି। ଏଥିପାଇଁ ସେମାନଙ୍କୁ ବିଭିନ୍ନ ଉପାୟ ଆପଣାଇବାକୁ ପଡ଼େ ।

ସେହିପରି ସାଉଥ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ସାଇ ପଲ୍ଲବୀ ତାଙ୍କ ନିଜ ଫିଲ୍ମ ଦେଖିବା ପାଇଁ ଥିଏଟରରେ ପହଞ୍ଚିଥିଲେ । ଜଣେ ସେଲିବ୍ରେଟ୍ ହୋଇ ସେ ଖୋଲାଖୋଲି ଭାବରେ ସିନେମା ହଲ୍କୁ ଯାଇପାରିବେ ନାହିଁ, ତେଣୁ ସେ ଏକ ବୁର୍ଖା ଭିତରେ ନିଜକୁ ଲୁଚାଇ ଫିଲ୍ମ ଦେଖିବାକୁ ଯାଇଥିଲେ । ସାଇ ପଲ୍ଲବୀ ତାଙ୍କର ନୂଆ ଫିଲ୍ମ “ଶ୍ୟାମ ସିଂଘା ରାୟ” ରେ ଦମଦାର୍ ଭୁମିକାରେ ନଜର ଆସିଛନ୍ତି ଓ ଫ୍ୟାନ୍ସ ମାନେ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଛନ୍ତି ମଧ୍ୟ । ଏହି ଫିଲ୍ମକୁ ହଲ୍ ରେ ଦେଖିବାକୁ ବୁର୍ଖା ପିନ୍ଧି ପହଞ୍ଚିଥିଲେ ପଲ୍ଲବୀ ।

 

View this post on Instagram

 

A post shared by @filmy_ka_adda

ସାଇ ପାଲ୍ଲାଭି ବୁର୍ଖା ପିନ୍ଧି ତାଙ୍କ ଫିଲ୍ମ ଦେଖିବାକୁ ଯିବାକୁ ନିଷ୍ପତ୍ତି ନେଇଥିଲେ। ସେ ତାଙ୍କ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଥିଏଟରରେ ବସି ଫିଲ୍ମକୁ ଦେଖି ଏହାକୁ ଉପଭୋଗ କରିଥିଲେ । କେବଳ ଏତିକି ନୁହେଁ, ସାଇ ପାଲ୍ଲାଭିଙ୍କୁ କେହି ଚିହ୍ନି ପାରିନଥିଲେ ଏବଂ ସେ ତାଙ୍କ ଫିଲ୍ମ “ଶ୍ୟାମ ସିଂଘା ରାୟ” ଦେଖିବା ପରେ କୌଣସି ଅସୁବିଧା ନକରି ଫେରି ଆସିଥିଲେ। ବର୍ତ୍ତମାନ ସାଇ ପାଲ୍ଲାଭିଙ୍କର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ୍ ହେଉଛି ।

କେହି ବି ଜାଣିପାରିଲେନି ଯେ, ସାଇ ପଲ୍ଲବୀ ଥିଏଟର୍ ଭିତରେ ବୁର୍ଖା ପିନ୍ଧି ବସିଛନ୍ତି ବୋଲି । ତେବେ ଏହି ଫିଲ୍ମରେ ପଲ୍ଲବୀ “ରୋଜି” ନାମକ ଏକ ଭୁମିକାରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରଟି ସମଗ୍ର ଭାରତରେ ମୁକ୍ତିଲାଭ କରିଛି ଏବଂ ଦର୍ଶକ ମାନଙ୍କ ହୃଦୟକୁ ଛୁଇଁଛି।