Below header

ବାଘ ନୁହେଁ ମଣିଷଖିଆ, ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ-ଏନସିଟିଏ ପକ୍ଷରୁ ସଂଶୋଧିତ ଗାଇଡଲାଇନରେ ଉଲ୍ଲେଖ

ବାଘ ନୁହେଁ ମଣିଷଖିଆ। କୌଣସି ପରିସ୍ଥିତିରେ ଯଦି ବାଘ ମଣିଷକୁ ଆକ୍ରମଣ କରେ, ତେବେ ବାଘକୁ ମଣିଷଖିଆ କୁହାଯାଇପାରିବ ନାହିଁ। ତେବେ ସେମାନଙ୍କ ଠାରୁ ମଣିଷ ପ୍ରତି ବିପଦ ଥିବା କୁହାଯାଇପାରିବ। ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ-ଏନସିଟିଏ ପକ୍ଷରୁ ସଂଶୋଧିତ ଗାଇଡଲାଇନରେ ଏହା ଉଲ୍ଲେଖ କରାଯାଇଛି। ବାଘ କ୍ରମଶଃ ନିଶ୍ଚିହ୍ନ ହୋଇଆସୁଛି। ପରିବେଶର ଅସନ୍ତୁଳନ, ହ୍ରାସ ପାଉଥିବା ଜଙ୍ଗଲ ପାଇଁ ଅନେକ ସମୟରେ ବାଘ ଜନପଦକୁ ଚାଲିଆସୁଛନ୍ତି। ଏମାନଙ୍କୁ କାବୁ କରିବାକୁ ବିଭିନ୍ନ ସମୟରେ ଟ୍ରାଙ୍କୁଲାଇଜର ମଧ୍ୟ ବ୍ୟବହାର ହେଉଛି। ନଭେମ୍ବର ୧୧ତାରିଖରେ ଜାରି ଏନଟିସିଏ ଗାଇଡଲାଇନରେ ଏହି ପ୍ରକ୍ରିୟାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ରହିଛି। ଅତି ଆବଶ୍ୟକ ସ୍ଥଳେ ବନ୍ୟ ବିଭାଗର ସହଯୋଗ ନେବାକୁ ପରାମର୍ଶ ଦିଆଯାଇଛି। ବାଘ ପାଇଁ ମଣିଷଖିଆ, ହିଂସ୍ର ଆଦି ଶଦ୍ଦ ବ୍ୟବହାର ନକରିବାକୁ ଅନେକ ସମୟରେ ବନ୍ୟପ୍ରାଣୀ ବିଶେଷଜ୍ଞ ଓ ପଶୁପ୍ରେମୀମାନେ ବିରୋଧ କରିଆସିଥିଲେ। କର୍ଣ୍ଣାଟକର ବାନ୍ଦିପୁରା ବ୍ୟାଘ୍ର ପ୍ରକଳ୍ପରେ ଏକ ବାଘକୁ ଧରିବା ପାଇଁ ବୃହତ ରେସକ୍ୟୁ ଅପରେସନ ଆରମ୍ଭ ହୋଇଥିବା ବେଳେ ସରକାର ବାଘକୁ ମାରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ କରିଛନ୍ତି ବାଘ ପ୍ରେମୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.