ଗାଧୋଇସାରି ଆସିବା ପରେ ନାକରେ ହେଉଥିଲା ପୀଡ଼ା, ଡାକ୍ତର ପରୀକ୍ଷା କରିବାରୁ ବାହାରିଲା…

ବାଳକର ନାକରୁ ବାହାରିଲା ଜୀଅନ୍ତା ମାଛ। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ। ଏକ ୧୨ବର୍ଷୀୟ ବାଳକର ନାକରୁ ଡାକ୍ତରମାନେ ବହୁ ପ୍ରଚେଷ୍ଟା ପରେ ଏକ ମାଛ ବାହାର କରିଛନ୍ତି। ମାଛଟି ପ୍ରାୟ ୩ ଘଣ୍ଟା ଧରି ପିଲାଟିର ନାକରେ ଫସିରହିଥିଲା। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହାସହ ପଢ଼ନ୍ତୁ: ମଶା କାମୁଡ଼ିବାରୁ ଲୁଗା ଭଳି ସ୍ୱାମୀଙ୍କୁ କାଚିଲେ ସ୍ତ୍ରୀ, ଏବେ ମାମଲା ଥାନାରେ

ରିପୋର୍ଟ ମୁତାବକ, ତାମିଲନାଡ଼ୁର ତିରୁଚିରାପଲ୍ଲୀ ନିକଟସ୍ଥ ପୁଦୁକ୍କୋଟ୍ଟଇରେ ଅନ୍ନାବାସଲ ଅନ୍ତର୍ଗତ ମନ୍ନାବେଲପଟ୍ଟୀର ଏକ ୧୨ ବର୍ଷୀୟ ଅରୁଲ କୁମାର ସନ୍ଧ୍ୟା ବେଳେ ଘର ପାଖରେ ଥିବା ଏକ କୂପକୁ ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲା।

ଗାଧୋଇବା ବେଳେ ତା’ନାକ ଭିତରେ କିଛି ପଶିଯାଇଥିବା ଅରୁଲ ଅନୁଭବ କରିଥିଲା। ନାକରେ ପ୍ରବଳ ପୀଡ଼ା ହେବାରୁ ପରିବାର ଲୋକେ ରାତି ୧୦ଟା ବେଳେ ତାକୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତରମାନେ ଯାଞ୍ଚ କରିବା ପରେ ଅରୁଲର ନାକରେ ଏକ ମାଛ ଫସିଥିବା ଜାଣିବାକୁ ପାଇଥିଲେ। ପ୍ରାୟ ୩ ଘଣ୍ଟାର ପ୍ରୟାସ ପରେ ଡାକ୍ତରମାନେ ତା’ନାକରୁ ମାଛଟିକୁ ବାହାର କରିଥିଲେ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ମାଛଟି ଜୀବିତ ଥିଲା। ମାତ୍ର ଉଦ୍ଧାର ହେବା ପରେ ସଙ୍ଗେ ସଙ୍ଗେ ମାଛର ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.