ସିଗାରେଟ୍‌ ପ୍ୟାକେଟ୍‌ ଉପରେ ଏବେ ଲେଖାଯିବ ‘ତମାଖୁ ସେବନ ଅର୍ଥ ଅକାଳ ମୃତ୍ୟୁ’! ସରକାର ଜାରି କଲେ ନୂଆ ଗାଇଡ୍‌ଲାଇନ

ସିଗାରେଟ୍‌ ଏବଂ ଅନ୍ୟାନ୍ୟ ତମାଖୁ ଜନିତ ପଦାର୍ଥର ପ୍ୟାକିଂ ପାଇଁ କେନ୍ଦ୍ର ସରକାର ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଜାରି ନିର୍ଦ୍ଦେଶ ଅନୁସାରେ, ଏବେ ସିଗାରେଟ୍‌ ଏବଂ ଅନ୍ୟାନ୍ୟ ଉତ୍ପାଦର ପ୍ୟାକେଟ ଉପରେ ବଡ଼ ଅକ୍ଷରରେ ‘ତମାଖୁ ସେବନ ଅର୍ଥ ଅକାଳ ମୃତ୍ୟୁ’ ଲେଖାଯିବ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସଂଶୋଧିତ ନିୟମ ୨୧ ଜୁଲାଇରୁ ଜାରି କରାଯାଇଛି। ନୂଆ ନିୟମ ୧ ଡିସେମ୍ବର ୨୦୨୨ରୁ ଲାଗୁ ହେବ। ଏହା ବ୍ୟତୀତ ପ୍ୟାକେଟର ପଛ ଭାଗରେ କଳା ପୃଷ୍ଠଭୂମି ଉପରେ ଧଳା ଅକ୍ଷରରେ ଲେଖାଯିବ, ‘ଆଜି ହିଁ ଛାଡ଼ନ୍ତୁ, କଲ୍‌ କରନ୍ତୁ 1800-11-2356’।

sigarattte
photo: regency healthcare

କହି ରଖୁଛୁ, କୌଣସି ବି ପ୍ରକାରର ତମାଖୁ କିମ୍ବା ଏହାସହ ଜଡ଼ିତ ପଦାର୍ଥକୁ କେହି ନାବାଳକ ବିକ୍ରି କରିବା ଶିଶୁ ନ୍ୟାୟ ଅଧିନିୟମ ୨୦୧୫ର ଧାରା ୭୭ର ଉଲ୍ଲଂଘନ ହୋଇଥାଏ। ଏହି ଆଇନ ଅଧୀନରେ ଅଭିଯୁକ୍ତଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବାର ବ୍ୟବସ୍ଥା ରହିଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ମୁତାବକ, ସାରା ବିଶ୍ୱରେ ତମାଖୁ ସେବନ ଦ୍ୱାରା ପ୍ରତିବର୍ଷ ୮୦ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ଘଟୁଛି। ତମାଖୁ ବ୍ୟବହାରକୁ ରୋକିବା ପାଇଁ ପ୍ରତିବର୍ଷ ମେ’ ୩୧ରେ ବିଶ୍ୱ ତମାଖୁ ନିଷେଧ ଦିବସ ପାଳନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.