ଆଜି ପଶ୍ଚିମବଙ୍ଗରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ଚାଲିଛି ୫ ଜିଲ୍ଲାର ୪୪ଟି ଆସନରେ ଭୋଟିଂ

କୋଲକତା: ଆଜି ବେଙ୍ଗଲ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏହି ପର୍ଯ୍ୟାୟରେ ୫ ଜିଲ୍ଲାର ୪୪ଟି ଆସନରେ ଚାଲିଛି ଭୋଟିଂ । ଏହି ଜିଲ୍ଲାଗୁଡ଼ିକ ହେଉଛି କୋଚବେହାର, ଆଲିପୁରଦୁଆର୍‌, ଦକ୍ଷିଣ ୨୪ ପ୍ରଗଣା, ହାଓଡ଼ା ଓ ହୁଗୁଳି । ଏହି ପର୍ଯ୍ୟାୟ ପାଇଁ ମୈଦାନରେ ଅଛନ୍ତି ୩୭୩ ପ୍ରାର୍ଥୀ । ଏମାନଙ୍କ ମଧ୍ୟରେ ୫୦ ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

ଶ୍ରାବନ୍ତି ଚାଟାର୍ଜୀ ଓ ପାୟଲ ଘୋଷଙ୍କ ପରି ସୋଲିବ୍ରିଟିଙ୍କ ଭାଗ୍ୟ ପରୀକ୍ଷା ହେବ । ଚତୁର୍ଥ ପର୍ଯ୍ୟାୟ ଭୋଟିଂ ପାଇଁ ୧୨ ହଜାର ୩୧୦ଟି ମତଦାନ କେନ୍ଦ୍ର ହୋଇଛି । ଚତୁର୍ଥ ପର୍ଯ୍ୟାୟ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ତୃତୀୟ ପର୍ଯ୍ୟାୟ ଭୋଟିଂ ବେଳେ ବିଭିନ୍ନ ବୁଥ୍‌ରେ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା । ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ପଶ୍ଚିମବଙ୍ଗରେ ମୋଟ ୮ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.