ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇକୁ ହରାଇଲା ବାଙ୍ଗାଲୋର

ମୁମ୍ବାଇ: ଆଇପିଏଲର ପ୍ରଥମ ମ୍ୟାଚରେ ମୁମ୍ବାଇକୁ ହରାଇଲା ବାଙ୍ଗାଲୋର । ଡିଫେଣ୍ଡିଂ ଚମ୍ପିଆନ୍‌ ମୁମ୍ବାଇ ଇଣ୍ଡିଆନ୍ସ ପରାଜୟରୁ ଅଭିଯାନ ଆରମ୍ଭ କରିଛି । ଉଦଘାଟନୀ ମ୍ୟାଚରେ ହର୍ଷଲ ପେଟଲଙ୍କ ୫ ଓ୍ଵିକେଟ ଓ ଡିଭିଲିୟର୍ସଙ୍କ ଲଢ଼ୁଆ ଇନିଂସ ସହାୟତାରେ ରୟାଲ ଚାଲେଞ୍ଜର୍ସ ବାଙ୍ଗଲୋର ୨ ଓ୍ଵିକେଟରେ ବିଜୟୀ ହୋଇଛି ।

୧୬୦ ରନର ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ବାଙ୍ଗାଲୋରର ଦିଇ ଓପନର ବିରାଟ କୋହଲି ଓ ଓ୍ଵାଶିଂଟନ ସୁନ୍ଦର ସତର୍କତାର ସହ ଇନିଂସ ଆରମ୍ଭ କରିଥିଲେ । ଡିଭିଲିୟର୍ସଙ୍କ ଲଢ଼ୁଆ ୪୮ ରନ କରିଥିଲେ । ପ୍ରଥମ ମ୍ୟାଚର ହିରୋ ପାଲଟିଥିଲେ ହର୍ଷଲ ପଟେଲ । ୨୬ ରନ ଦେଇ ୫ଟି ଓ୍ଵିକେଟ ନେଇଥିଲେ ହର୍ଷଲ ପଟେଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.